ପୁଅ-ବୋହୂଙ୍କ ନିର୍ଯାତନା ସହି ନପାରି ସମ୍ପତ୍ତି ଦାନ

ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍: ପୁଅ-ବୋହୂଙ୍କ ନିର୍ଯାତନା ସହିପାରିଲେନି ସ୍ଥାନୀୟ ଗୋପିନୀ ସାହିର ଜାନକୀ ଅଧିକାରୀ (୭୫)। ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଏସପି ସାରା ଶର୍ମାଙ୍କୁ ସେ ନିଜର ଦୁଃଖ କହିବା ସହ ତାଙ୍କର ସମସ୍ତ ସମ୍ପତ୍ତି ବୃଦ୍ଧାଶ୍ରମକୁ ଦାନ କରିବେ ବୋଲି ଘୋଷଣା କରିଛନ୍ତି। ଜନକୀଙ୍କର ଗୋଟିଏ ପୁଅ ଏବଂ ତିନିଝିଅ ଅଛନ୍ତି। ସମସ୍ତେ ବିବାହିତ। ପୁଅ ସୁନୀଲ ଓ ବୋହୂ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବା

ଜାନକୀ ଏସ୍ପିଙ୍କୁ କହିିବା ସହ ନିଜର ସମସ୍ତ ସମ୍ପତ୍ତି ଏକ ବୃଦ୍ଧାଶ୍ରମକୁ ଦାନ କରିବେ ବୋଲି ଘୋଷଣା କରିଥିଲେ। ଯେଉଁ ବୃଦ୍ଧାଶ୍ରମକୁ ସେ ସମ୍ପତ୍ତି ଦାନ କରିବେ, ଉକ୍ତ ଆଶ୍ରମର ନାମ ଜାନକୀରାମ ବୃଦ୍ଧାଶ୍ରମ ନାମରେ ନାମିତ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ତାଙ୍କ ପରିବାର ପକ୍ଷରୁ ତାଙ୍କ ପ୍ରତି ବିପଦ ଥିବାରୁ ସୁରକ୍ଷା ଯେଗାଇ ଦେବାକୁ ସେ ଏସପିଙ୍କୁ ଅନୁରୋଧ କରିଥିଲେ। ପୁଲିସ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଏସ୍ପି ସାରା ଶର୍ମା ବୃଦ୍ଧା ଜାନକୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।