ମାଟି ତଳୁ ବାହାରୁଛି ତେଲ

କନ୍ଧମାଳ,ଏନ୍ଏନ୍ଏସ୍: ମାଟି ତଳୁ ବାହାରୁଛି ତେଲ। ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରୁ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ପ୍ରଚାରିତ ହେବା ପରେ ଡିଜେଲ ବାହୁଥିବା ସ୍ଥାନରେ ଲୋକଙ୍କ ଭିଡ଼ ଜମିବାକୁ ଲାଗିଛି । ଏହା ସହ ଲୋକେ ଡଙ୍କି କିମ୍ବା ମଗ୍‌ ଦ୍ୱାରା ବାଲିଟିରେ ଡିଜେଲ ସଂଗ୍ରହ କରି ବୋହିନେଉଥିବା ଦେଖିବାକୁ ମିଳିଛି ।

ତେବେ ଉକ୍ତ ସ୍ଥାନରୁ ୪୦୦ ମିଟର ଦୂରରେ ଏକ ପେଟ୍ରୋଲ ପମ୍ପ ରହିଛି । ତେଣୁ ଲୋକ ପ୍ରଥମେ ସନ୍ଦେହ କରିଥିଲେ ଯେ, ସେଠାରୁ ପାଇପ୍‌ ଫାଟି ଡିଜେଲ ଲିକ୍‌ ହେଉଛି ବୋଲି । ହେଲେ ପର ମୂହୁର୍ତ୍ତରେ ପେଟ୍ରୋଲ ପମ୍ପ ମାଲିକ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଟାଙ୍କିର ସମସ୍ତ ପାଇପ୍‌ ଲାଇନ୍‌ ସୁରକ୍ଷିତ ଅଛି । କୌଣସି ସ୍ଥାନରେ ଲିକ୍‌ ହୋଇ ନାହିଁ ।