ତୈଳଦର ହ୍ରାସ କରି ରାଜଧର୍ମ ପାଳନ କର- ସୋନିଆ

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ତୁରନ୍ତ ତୈଳଦର ତୁରନ୍ତ ହ୍ରାସ କରିବାକୁ ଦାବି କରିଛନ୍ତି। ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଜନସାଧାରଣଙ୍କ ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ ଜର୍ଜରିତ ହେଉଥିଲାବେଳେ ସରକାର ମୁନାଫାକୁ ପ୍ରାଧାନ୍ୟ ଦେଉଛନ୍ତି। ୟୁପିଏ ସରକାର ସମୟରେ ଅଶୋଧିତ ତୈଳଦର ଯେତିକି ଥିଲା ଏବେ ତାହାର ମୂଲ୍ୟ ଅଧାକୁ ଖସିଆସିଛି।  ବର୍ତ୍ତମାନର ସରକାର ତୈଳଦର ବୃଦ୍ଧି କରିବା ମୁନାଫାଖୋର୍ ମନୋବୃତ୍ତିର ପରିଚାୟକ ବୋଲି ସୋନିଆ ଏହି ପତ୍ରରେ ଅଭିଯୋଗ କରିଛନ୍ତି। ତୈଳଦର ତୁରନ୍ତ ହ୍ରାସ କରି ରାଜଧର୍ମ ପାଳନ କରିବାକୁ ସେ ମୋଦୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।