Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଡିଶା ପର୍ଯ୍ୟଟନ ଦ୍ୱାରା ପ୍ରାୟୋଜିତ ମାଇଁସିଟିଲିଙ୍କସ୍ କର୍ପୋରେଟ୍ ଆଇକନ୍ ଆୱାର୍ଡ୍ସ ୨୦୨୨ର ତୃତୀୟ ସଂସ୍କରଣ ଅନୁଷ୍ଠିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଡିଶା ପର୍ଯ୍ୟଟନ ଦ୍ୱାରା ପ୍ରାୟୋଜିତ ମାଇଁସିଟିଲିଙ୍କସ୍ କର୍ପୋରେଟ୍ ଆଇକନ୍ ଆୱାର୍ଡ୍ସ ୨୦୨୨ର ତୃତୀୟ ସଂସ୍କରଣ ଅନୁଷ୍ଠିତ

କୋଣାର୍କ,ଏନ୍ଏନ୍ଏସ୍: କର୍ପୋରେଟ୍ ଏବଂ ଫ୍ୟାସନ୍ ଜଗତର ନେତା, ଚିନ୍ତକ, ସୃଷ୍ଟିକର୍ତ୍ତା, ଉଦ୍ଭାବକ ଏବଂ ଟ୍ରେଲ୍‌ବ୍ଲେଜରମାନଙ୍କର ରୋମାଂଚକ ମିଶ୍ରଣକୁ ଉପସ୍ଥାପନ କରିବା ପାଇଁ ମାଇଁସିଟିଲିଙ୍କସ୍ ପକ୍ଷରୁ ଓଡିଶା ପର୍ଯ୍ୟଟନ ଦ୍ୱାରା ପ୍ରାୟୋଜିତ ମାଇଁସିଟିଲିଙ୍କସ୍ କର୍ପୋରେଟ୍ ଆଇକନ୍ ଆୱାର୍ଡ୍ସ ୨୦୨୨ର ତୃତୀୟ ସଂସ୍କରଣ ଆଜି ଓଡିଶାର କୋଣାର୍କ ସ୍ଥିତ ଇକୋ ରିଟ୍ରିଟ୍‌ଠାରେ ଆୟୋଜିତ ହୋଇଯାଇଛି।

ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ, ଫ୍ୟାସନ୍ ଡିଜାଇନର୍ ଏବଂ ଟେଲିଭିଜନ ଉପସ୍ଥାପିକା ମନ୍ଦିରା ବେଦୀ ସ୍ୱତନ୍ତ୍ର ଅତିଥି ଭାବରେ ଏହି ଉତ୍ସବମୁଖର ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ। ଚଳିତ ବର୍ଷ ବିଭିନ୍ନ ବର୍ଗରେ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି), ପାରାଦ୍ୱୀପ ଫସଫେଟ୍ ଲିମିଟେଡ୍ (ପିପିଏଲ୍‌), ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍‌, ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକଚର୍ ଲିମିଟେଡ୍‌, ଶିକ୍ଷା ଓ ଅନୁସନ୍ଧାନ (ସୋଆ ବିଶ୍ୱବିଦ୍ୟାଳୟ), ଶ୍ରୀମତୀ ରଶ୍ମି ସାହୁ, ଡଃ. ପ୍ରିୟା ପ୍ରିୟଦର୍ଶିନୀ ନାୟକ, ଶ୍ରୀମତୀ ଆନ୍ନୀ ବର୍ମନ, ଶ୍ରୀଯୁକ୍ତ ରାଜୀବ ଶେଖର ସାହୁ, ଶ୍ରୀଯୁକ୍ତ ଅୟସକାନ୍ତ ମହାନ୍ତି, ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମହାପାତ୍ର, ଏକ୍ସପ୍ଲୋର୍ ଓଡିଶା (ନ୍ୟୁଜ୍ ୭), ଶ୍ରୀଯୁକ୍ତ ଦିଲ୍ଲୀପ ରାୟ, ମିସ୍ ଦୂତୀ ଚାନ୍ଦ, ଶ୍ରୀମତୀ କିରୁଥିକା ପ୍ରଭାକରନ୍ ଏବଂ ଶ୍ରୀଯୁକ୍ତ ତପନ କୁମାର ଚାନ୍ଦଙ୍କୁ କର୍ପୋରେଟ୍ ଆଇକନ୍ ଆୱାର୍ଡ୍ସ ୨୦୨୨ରେ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ସୃଜନଶୀଳ ଉଦ୍ୟମିତା ଏବଂ ଇକୋ ପର୍ଯ୍ୟଟନ- ବର୍ତ୍ତମାନ ଏବଂ ଭବିଷ୍ୟତ ଶୀର୍ଷକ ଦୁଇଟି ଅଧିବେଶନର ଆୟୋଜନ କରାଯାଇଥିଲା।

ବିଶ୍ୱ କର୍ପୋରଟ୍ ଜଗତରେ ଯେଉଁମାନେ ମୁଖ୍ୟତଃ ଓଡ଼ିଶା ପାଇଁ ଏକ ନୂତନ ପରିଚୟ ଆଣିଛନ୍ତି କିମ୍ବା କିଛି ନୂଆ କରି ଓଡ଼ିଶା ରାଜ୍ୟ ତଥା ଓଡ଼ିଶା ମାଟିପାଇଁ ପରିବର୍ତ୍ତନ ଆଣିବାରେ ପ୍ରୟାସ ଜାରି ରଖିଛନ୍ତି, ସେହିଭଳି ବ୍ୟକ୍ତି ବିଶେଷମାନଙ୍କୁ ଉତ୍ସାହିତ ଓ ସମର୍ଥନ କରିବା ପାଇଁ କର୍ପୋରେଟ୍ ଆଇକନ୍ ଆୱାର୍ଡ୍ସ ତୃତୀୟ ସଂସ୍କରଣର ମୂଳ ଲକ୍ଷ୍ୟ ଥିଲା। ଓଡ଼ିଶାର କର୍ପୋରେଟ୍ ଜଗତରେ ଯେଉଁମାନେ ନିଜର ଉତ୍କର୍ଷତା ଓ ଅଭିନବ ଉପାୟରେ ଆଗକୁ ବଢ଼ିଛନ୍ତି ସେହଭଳି କିଛି ପ୍ରଭାବୀ ନାମ ତଥା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରି ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା।

ସହର କୈନ୍ଦ୍ରିକ ପବ୍ଲିକେଶନ୍ ଭାବରେ ମାସିକ ଇଂରାଜୀ ପତ୍ରିକା ମାଇଁ ସିଟି ଲିଙ୍କ୍ ଏହାର ପାଠକମାନଙ୍କୁ ସର୍ବଦା ନୁଆ ଢ଼ଙ୍ଗରେ ବିଭିନ୍ନ ସକରାତ୍ମକ ଘଟଣା ସହିତ ପ୍ରେରଣାଦାୟକ ଓ ସଫଳ କାହାଣୀମାନ ପ୍ରକାଶ କରି ପ୍ରତିଟି ଖବରରେ ଓଡ଼ିଶାର ଲୋକମାନଙ୍କୁ ସହରର ଏକ ଭିନ୍ନ ସ୍ୱାଦ ଦେଇଆସିଛି। ବିଭିନ୍ନ ସୂଚନାମୂଳକ ଖବର ସହିତ ଓଡ଼ିଶାର ଲୋକ ତଥା ଓଡ଼ିଶାର କଳା, ସସ୍କୃତି, ଖାଦ୍ୟ, ଜୀବନଶୈଳୀ, ଭ୍ରମଣ, ଫ୍ୟାସନ୍ ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ ସମସ୍ତ ଦିଗକୁ ଗୁରୁତ୍ୱ ଦେଇଆସୁଛି। ସେହିଭଳି ତଥ୍ୟ ଭିତ୍ତିକ ସମ୍ବାଦ ଓ ସାମ୍ପ୍ରତିକ ପରିସ୍ଥିତି ଭଳି ବିଭିନ୍ନ ବିଷୟକୁ ଅନ୍ତର୍ଭୁକ୍ତ କରି ଓଡ଼ିଶା ବିଷୟରେ ପ୍ରବନ୍ଧମାନ ରଚନା କରିଆସୁଛି। ସପ୍ତମ ବର୍ଷରେ ପଦାର୍ପଣ କରିଥିବା ମାଇଁ ସିଟି ଲିଙ୍କ ମଧ୍ୟ ଡ଼ିଜିଟାଲ୍ (www.mycitylinks.in) ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ପାରିଛି। ତା’ ସହିତ ଅଡ଼ିଓ ଭିଜୁଆଲ୍ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ବିଷୟକୁ ଭିଡ଼ିଓ ମାଧ୍ୟମରେ ପହଞ୍ଚାଇବାକୁ ନିଜର ପ୍ରଚେଷ୍ଟା ଜାରି ରଖିଛି।