ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ପାଇଁ ୧୪୪୩ କୋଟି ପୁଞ୍ଜି ପ୍ରସ୍ତାବ

ଭୁବନେଶ୍ବର,ଏନ୍ଏନ୍ଏସ୍‌: ମେକ୍‌ ଇନ୍ ଓଡ଼ିଶାର ଦ୍ୱିତୀୟ ଦିବସରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ତତ୍‌ସହିତ ଏଥିରେ ଓଡ଼ିଶାରେ ୧୪୪୩ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ପ୍ରସ୍ତାବ ମଧ୍ୟ ମିଳିଛି । ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟରେ ଉତ୍ପାଦିତ ଓ ଉପଲବ୍ଧ କୃଷିଜାତ ସାମଗ୍ରୀ ପାଇଁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଲାଗି ସର୍ବୋତ୍ତମ ଉପଯୁକ୍ତ କ୍ଷେତ୍ର ବୋଲି କୁହାଯାଉଛି । ଏହା ସହିତ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ର ଉନ୍ମୋଚନ ହୋଇଛି ।

ଏହି ଆଲୋଚନାଚକ୍ରରେ ଯୋଗ ଦେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଅସିତ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ୍‌, ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ମହମ୍ମଦ ସାଦ୍ଦିକ ଆଲାମ, ସ୍ମୃତିରଞ୍ଜନ ପ୍ରଧାନ, ଗୌରମ ଶର୍ମା, ଡେଗ୍‌ମାର ୱାଲଟର, ବିଧାନ ଦାସ, ରାଜନ୍‌ ପାଢ଼ୀ ପ୍ରମୁଖ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି ।