କେସିଙ୍ଗା,ଏନ୍ଏନ୍ଏସ୍: ଓଡିଶା ରବିଦାସ ସମାଜ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଳାହାଣ୍ଡି ଜିଲ୍ଲା କେସିଙ୍ଗା ହୋଟେଲ ପାରିଜାତ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ସୀତାରାମ ମେହେର ଙ୍କ ଅଧ୍ୟକ୍ଷତା ଓ ରାଜ୍ୟ ସାଧାରଣ ସମ୍ପାଦକ କୁନ୍ଦୁରୁ ଦାସ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ବୈଠକ ରେ ରବିଦାସ ସମାଜ ର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ମାନ ଗ୍ରହଣ କରାଯାଇଛି।
ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ସମାନତା, ଅନ୍ଧବିଶ୍ୱାସ ଦୂରୀକରଣ ବିଷୟରେ ଆଲୋଚନା କରାଯାଇଥିଲା। ରବିଦାସ ସମାଜ କୁ ସାମାଜିକ,ଆର୍ଥିକ, ଶୈକ୍ଷିକ ସ୍ୱାବଲମ୍ବୀ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସଦସ୍ୟ ମାନେ ମତପ୍ରକାଶ କରିଥିଲେ। ରବିଦାସ ସମାଜ ର ଲୋକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ମାନ ଗ୍ରହଣ କରିବାକୁ ନିବେଦନ କରାଯାଇଛି।
କଳାହାଣ୍ଡି ଜିଲ୍ଲା ରବିଦାସ ସମାଜ ଜିଲ୍ଲା ସଭାପତି ତଥା ରାଜ୍ୟ କମିଟି ଯୁଗ୍ମ ସମ୍ପାଦକ ଶଙ୍କର ମେହେର ପ୍ରାରମ୍ଭ ରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ରାଜ୍ୟ କମିଟି ଉପସଭାପତି ଯୋଗେନ୍ଦ୍ର ରୋହିଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକ ରେ ଉପଦେଷ୍ଟା କରୁଣାକର ଅଣ୍ଡିଲ, ଦୁତୀୟା ଅଜଗାର, କୋର୍ଡିନେଟର ଦିଲୀପ ମେହେର, କେଶବ ରୋହିଦାସ, ବିଶ୍ୱରଂଜନ ମେହେର, ଉପସଭାପତି ବିଜୟ ମେହେର ଓ ଟଙ୍କଧର ରୋହିଦାସ, ଯୁଗ୍ମ ସମ୍ପାଦକ ସୀତାରାମ ରୋହିଦାସ ଙ୍କ ସମେତ ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ସୁନ୍ଦରଗଡ଼, ବରଗଡ, ନୂଆପଡା, କନ୍ଧମାଳ ଫୁଲବାଣୀ ଜିଲ୍ଲା ରୁ ଶତାଧିକ ସଦସ୍ୟ ବୈଠକ ରେ ଯୋଗଦେଇଥିଲେ।