ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ଓଡ଼ିଶା ୱିମେନ୍ସ ଲିଗ୍ (ଓଡବ୍ଲ୍ୟୁଏଲ୍)ରେ ସୋମବାର ଦୁଇଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ସ୍ପୋର୍ଟ୍ସ ଓଡ଼ିଶା ଓ ଓଡ଼ିଶା ପୁଲିସ୍ ବିଜୟୀ ହୋଇଛନ୍ତି। କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ସ୍ପୋର୍ଟ୍ସ ଶୁଭସ୍ମିତା ଶୁଭଦର୍ଶିନୀ ଦାସଙ୍କ ହ୍ୟାଟ୍ରିକ୍ ଗୋଲ୍ ମାଧ୍ୟମରେ ୪-୧ରେ ବିଜୟୀ ହୋଇଛି। ଦଳର ମୁକାବିଲା ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ୍ ସହ ହୋଇଥିବା ବେଳେ ଏଥିରେ ଶୁଭସ୍ମିତା ୩୫ତମ, ୫୯ତମ ଓ ୮୩ତମ ମିନିଟ୍ରେ ଗୋଲ୍ ଦେଇଥିଲେ। ଏହାଛଡ଼ା ଅନ୍ୟ ଗୋଲ୍ଟି ମାଳତୀ ମୁଣ୍ଡା ପଞ୍ଚମ ମିନିଟ୍ରେ ସ୍କୋର୍ କରିଥିଲେ।
ମ୍ୟାଚ୍କୁ ଧନେଶ୍ୱର ସର୍ଦ୍ଦାର, ବବଲି ଗନ୍ତାୟତ, ବୀଣାପାଣି ବିରୁଆ ଓ ବିଷ୍ଣୁପ୍ରିୟା ଦାସ ପରିଚାଳନା କରିଥିବା ବେଳେ ଦୁର୍ଗା ମାଧବ ନାଏକ ମ୍ୟାଚ୍ କମିଶନର୍ ଥିଲେ। ସେହିପରି କ୍ୟାପିଟାଲ୍ ହାଇସ୍କୁଲ୍ ଗ୍ରାଉଣ୍ଡ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ପୁଲିସ୍ ସାଇ-ଏସ୍ଟିସିକୁ ବୃହତ୍ ୮-୦ ଗୋଲ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ସତ୍ୟବତୀ ଖାଡିଆ ଓ ଜବାମଣି ଟୁଡୁ ୨ଟି ଲେଖାଏଁ ଗୋଲ୍ ଦେଇଥିଲେ।
ଏହାଛଡ଼ା ଯଶୋଦା ମୁଣ୍ଡା, ଅଧିନାୟିକା ପ୍ୟାରୀ ଖାକା, ମୋନିକା ମିଞ୍ଜ୍, ଜସମଣି ସମଦ୍ ଅନ୍ୟ ୪ଟି ଗୋଲ୍ ସ୍କୋର୍ କରିଥିଲେ। ଏହି ମ୍ୟାଚ୍ଟିକୁ ପ୍ରଦୀପ୍ତ ଦାସ, ଆଲୋକ ଦେହୁରୀ, ବିଜୟ କୁମାର ମଙ୍ଗରାଜ ଓ ସୁଜିତ କୁମାର ପାତ୍ର ପରିଚାଳନା କରିଥିବା ବେଳେ ସୁଦୀପ୍ତା ଦାସ ମ୍ୟାନ୍ କମିଶନର୍ ଥିଲେ। ପ୍ରତିଯୋଗିତାରେ ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ବୁଧବାର କଳିଙ୍ଗ ଷ୍ଟାଡିୟମ୍ରେ ସାଇ-ଏସ୍ଟିସି ଓ ଓଜିପି ବ୍ଲକ୍ ମଧ୍ୟରେ ଏବଂ କ୍ୟାପିଟାଲ୍ ହାଇସ୍କୁଲ୍ ଗ୍ରାଉଣ୍ଡ୍ରେ ଇଷ୍ଟକୋଷ୍ଟ୍ ରେଲୱେଜ୍ ଓ ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ୍ ମଧ୍ୟରେ ଖେଳାଯିବ।