Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଜ୍ୟରେ ଡାକ୍ତରଙ୍କ ପାଇଁ ନୂଆ ଡିଏସିପି ନିୟମ, ପ୍ରତି ୬ବର୍ଷରେ ମିଳିବ ପ୍ରମୋସନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଜ୍ୟରେ ଡାକ୍ତରଙ୍କ ପାଇଁ ନୂଆ ଡିଏସିପି ନିୟମ, ପ୍ରତି ୬ବର୍ଷରେ ମିଳିବ ପ୍ରମୋସନ

ଭୁବନେଶ୍ବର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଡାକ୍ତରଙ୍କ ପାଇଁ ଲାଗୁ ହେଲା ନୂଆ ଡିଏସିପି ନିୟମ। ଏଥର ପ୍ରତି ୬ ବର୍ଷରେ ମିଳିବ ସରକାରୀ ଡାକ୍ତରଙ୍କୁ ପ୍ରମୋସନ। କାର୍ଯ୍ୟରତ ଡାକ୍ତରଙ୍କୁ ସେମାନଙ୍କର କ୍ୟାରିଅର ମଧ୍ୟରେ ୪ ଥର ମିଳିବ ପ୍ରମୋସନ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ଡିଏସିପି ଯୋଜନାରେ ତିନି ଥର ଡ଼ାକ୍ତର ଙ୍କ ମିଳୁଥିଲା ପ୍ରମୋସନ । ଓପିଏସସି ମାଧ୍ୟମରେ ନିଯୁକ୍ତି ପାଉଥିବା ଡାକ୍ତର ମାନେ ନିୟମିତ ନିଯୁକ୍ତି ପରଠାରୁ ଏହି ସୁବିଧା ପାଇପାରିବେ। ଚାକିରି ସମୟରେ ୬, ୧୨, ୧୮ ଏବଂ ୨୪ ବର୍ଷରେ ପଦୋନ୍ନତି ମିଳିନ ଏନେଇ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଡାକ୍ତରମାନେ ସେମାନଙ୍କର ଚାକିରି ସମୟରେ ୭, ୧୪ ଏବଂ ୨୧ ବର୍ଷରେ ପଦୋନ୍ନତି ପାଉଥିଲେ।

ନୂଆ ଡିଏସିପିରେ କ୍ୟାରିଅର ସହ ଆର୍ଥିକ ସୁବିଧା ମଧ୍ୟ ପାଇବେ ଡାକ୍ତର । ୬ ବର୍ଷ ନିୟମିତ ଚାକିରି ପରେ ଲେବୁଲ ୧୨ ରୁ ୧୩ ଆର୍ଥିକ ସୁବିଧା ରହିଛି । ସେହିପରି ୧୨ ବର୍ଷ ନିୟମିତ ହେଲା ପରେ ଲେବୁଲ ୧୩ ରୁ ୧୪, ୧୮ ବର୍ଷ ନିୟମିତ ହେଲା ପରେ ଲେବୁଲ ୧୪ ରୁ ୧୫ ଓ ୨୪ ବର୍ଷ ନିୟମିତ ହେଲା ପରେ ଲେବୁଲ ୧୫ ରୁ ୧୬ ଆର୍ଥିକ ସୁବିଧା ମିଳିବାର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ।

ଏପଟେ ସମୟାନୁଭିଭିକ ଦରମା ବ୍ୟବସ୍ଥା ଲାଗୁ କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛି ଓମସା। ଏହାଦ୍ଵାରା ଅଧିକାଂଶ ଡାକ୍ତର ମାନେ ଉପକୃତ ହେବେ। ରାଜ୍ୟରେ ଡ଼ାକ୍ତରୀ ଚାକିରୀ କରିବା ପାଇଁ ଯୁବ ଡାକ୍ତରମାନେ ଆକୃଷ୍ଟ ହେବେ। ଲୋକମାନଙ୍କ ସେବା ମଧ୍ୟ କରିବେ ।

ଡାକ୍ତରମାନଙ୍କ ବହୁ ଦିନର ଦାବି ପୂରଣ ହୋଇଥିବାରୁ ଓମ୍ସା ପକ୍ଷରୁ ରାଜ୍ୟ ସଭାପତି ଡ. ନାରାୟଣ ରାଉତ ଓ ରାଜ୍ୟ ସମ୍ପାଦକ ଡ. ବିଶ୍ଵଜିତ ସାମଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ଵାସ୍ଥ୍ୟସଚିବ ଶାଳିନୀ ପଣ୍ଡିତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଦନ୍ତ ଚିକିତ୍ସକଙ୍କ କ୍ୟାଡ଼ରକୁ ଡିଏସିପି ଦେବା ପାଇଁ ଓ ଓଏମଏଚଏସ କ୍ୟାଡ଼ର ପୁନର୍ଗଠନ କରିବା ପାଇଁ ଓମ୍ସା ପକ୍ଷରୁ ରାଜ୍ୟ ସରାକରଙ୍କୁ ଅନୁରୋଧ କରାଯାଇଛି । ଏହାଦ୍ଵାରା ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଏକ ମାଇଲ ଖୁଣ୍ଟ ଅତିକ୍ରମ କରିପାରିବ। ସର୍ବଭାରତୀୟ ସ୍ତରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ରାଜ୍ୟରେ ପରିଣତ ହୋଇପାରିବ ବୋଲି ଡ. ରାଉତ କହିଛନ୍ତି ।