ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଭିଜିଲାନ୍ସ ଚାର୍ଜସିଟ ଦାଖଲ କରିଛି । ୩ ହଜାର ପୃଷ୍ଠା ଚାର୍ଜସିଟରେ ୯କୋଟି ୧୮ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଲୋକାୟୁକ୍ତଙ୍କ ଅନୁମତି ପରେ ଭିଜିଲାନ୍ସ ଚାର୍ଜସିଟ ଦାଖଲ କରିଛି । ପ୍ରଦୀପଙ୍କ ସହ ତାଙ୍କ ପତ୍ନୀଙ୍କୁ ବି ଚାର୍ଜସିଟରେ ଅଭିଯୁକ୍ତ ଦର୍ଶାଯାଇଥିବା ଜଣାପଡ଼ିଛି ।