ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଜ୍ୟପାଳ

ବାରିପଦା,ଏନ୍ଏନ୍ଏସ୍: ୨ଦିନିଆ ମୟୂରଭଞ୍ଜ ଜିଲ୍ଲା ଗ୍ରସ୍ତରେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ । ରାଜଭବନରୁ କାର ଯୋଗେ ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଥିଲେ ରାଜ୍ୟପାଳ । ଗସ୍ତ ସମୟରେ କପ୍ତିପଦା ଉପଖଣ୍ଡର ଶାଳଚୁଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହାପରେ ଶ୍ୟାମାଖୁଣ୍ଟ ବ୍ଲକର ଗୁଣ୍ଡିହୁଡି ଠାରେ ଥିବା ଶ୍ରୀ ରାଧାକୃଷ୍ଣ ଗୋସେବା ସମିତିର ଏକ ନୂତନ ଗୋଶାଳା ଗୃହ ଉଦଘାଟନ କରିଛନ୍ତି ରାଜ୍ୟପାଳ ।

ଏହି ଅବସରରେ ସମାଜରେ ଗାଈର ମହତ୍ତ୍ୱକୁ ବ୍ୟାଖ୍ୟା କରି ରାଜ୍ୟପାଳ କହିଛନ୍ତି,” ଗାଈକୁ ଯିଏ ପଶୁ ଭାବନ୍ତି ସେ ନିଜେ ଜଣେ ପଶୁ ତୁଲ୍ୟ । ଭାରତର ଅର୍ଥନୀତି କୃଷକ ଓ ଗୋପାଳକଙ୍କ ଉପରେ ନିର୍ଭର କରେ।” ଏହାପରେ ସନ୍ଧ୍ୟାରେ ମୋରଡା ବ୍ଲକ ଅନ୍ତର୍ଗତ ଗଡିଆ ଠାରେ ଥିବା ଚିନ୍ତାମଣି ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗ ଦେଇଛନ୍ତି ।

କାର୍ଯ୍ୟକ୍ରମ ସାରି ସନ୍ଧ୍ୟା ୭.୨୫ ମିନିଟ ସମୟରେ ବାରିପଦା ସର୍କିଟ ହାଉସରେ ରାତ୍ରିଯାପନ କରି ପରଦିନ ଅର୍ଥାତ ଆଜି (ସୋମବାର) ସକାଳ ୮ଟା ସମୟରେ ବାହାରି ମୟୂରଭଞ୍ଜ ଜିଲ୍ଲାର ବିଶୋଇ, ଯଶିପୁର ଦେଇ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।