ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୁଜରାଟର ଗାନ୍ଧୀନଗର ହେଲିପ୍ୟାଡ ପ୍ରଦର୍ଶନୀ ସେଣ୍ଟରରେ ବିସା ଇଣ୍ଟରନ୍ୟାସନାଲ ଓ ଆଇଭା ବିୟୁଟି ଏକାଡେମୀ ପକ୍ଷରୁ ଦୁଇଦିନିଆ ହେୟାର ଷ୍ଟାଇଲ ଓ ମେକାପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବହୁ ଖ୍ୟାତିସଂପନ୍ନ ହେୟାର ଷ୍ଟାଇଲିଷ୍ଟ ଓ ମେକାପ କଳାକାର ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରେ ରୁଷିଆର ଜର୍ଜ କିଟ୍ , ଭାରତର ରିଚା ଦେବ୍ , ପାୟଲ ପଟେଲ, ଶ୍ୟାମ ଭାଟିଆ ଓ ଉଦୟ ଟକକେ ଥିଲେ।
