ବିଦେଶରେ ସମ୍ବର୍ଦ୍ଧିତ ହେଲେ ଓଡ଼ିଆ

ଭୁବନେଶ୍ବର,ଏନ୍ଏନ୍ଏସ୍: ନେଦରଲ୍ୟାଣ୍ଡର ଆମଷ୍ଟରଡାମ୍‌ରେ ପ୍ରବାସୀ ଓଡ଼ିଆ ଏବଂ ସ୍ଥାନୀୟ ଅଧିବାସୀଙ୍କ ଦ୍ବାରା ଦୀପାବଳୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ଡ. ବିପିନ ବିହାରୀ ମିଶ୍ର ଓ ତାଙ୍କ ପତ୍ନୀ ଡ. ସୁକାନ୍ତୀ ମିଶ୍ର ଅତିଥି ଭାବେ ସାମିଲ ହୋଇଥିଲେ। ଏହି ଅବସରରେ ଦୁହିଁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

ମୁମ୍ବାଇକୁ କର୍କଟ ରୋଗ ଚିକିତ୍ସା ପାଇଁ ଆସୁଥିବା ଓଡ଼ିଆଙ୍କୁ ସହଯୋଗ କରିବା ଓ ପରିବେଶ ନିମନ୍ତେ ସମର୍ପଣ ପାଇଁ ଏହି ସମ୍ବର୍ଦ୍ଧନା କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଆଶିଷ ସାହୁ, ଅରୁଣ ସାହୁ, ଅଜିତ ଗିରି, ଶକ୍ତି ନିବେଦିତା, ତୁଷାର, ଅଞ୍ଜୁ, ରିତେ, ଅପେକ୍ଷା, ଶିବାନୀ ମିଶ୍ର, ଆଦିତି ପ୍ରମୁଖ ସାମିଲ ହୋଇଥିଲେ।