ନୂତନ ବିଚାରପତିଙ୍କୁ ସ୍ୱାଗତସମ୍ବର୍ଦ୍ଧନା

ବାଲିଗୁଡା, ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ବାଲିଗୁଡା କୋର୍ଟ ରେ ପୁରୀରୁ ଆସି ଏଠାରେ ନୂତନ ଭାବେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲା ଦୌରାଜଜ ଶୁଭଦର୍ଶି ପଟ୍ଟନାୟକଙ୍କୁ ବାଲିଗୁଡା ଓକିଲ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା । ଏଥିରେ ସବଜଜ ସଂଘମିତ୍ର ଦାସ, ଏସ.ଡି.ଜେ.ଏମ.ସୌମ୍ୟରୂପ ସାହୁ, ଜେଏମ ଏସସି ଶୀତଲ ବର୍ଷାଙ୍କ ସମେତ ସଂଘର ସଭାପତି କୌସିକ ସାହୁ ପ୍ରମୁଖଙ୍କ ଉପସ୍ଥିତ ରେ ପୁଷ୍ପ ଗୁଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ସଂଘ ର ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ, ପଦ୍ମ ଚରଣ ପଟ୍ଟନାୟକ, ପଦ୍ମ ଚରଣ ପଣ୍ଡା, ଭାଗିରଥି ରାଉତରାୟ, ସୁଧାଂଶୁ ମୋହନ ପତି, ସେକ ସାଦିକ, ପ୍ରଦୀପ କୁମାର ପାଣିଗ୍ରାହୀ, କ୍ଷମା ସାଗର ପ୍ରଧାନ, ରବୀନ କୁମାର ସାହୁ, ମାନସ ରଞ୍ଜନ ପଣ୍ଡା, ନାରାୟଣ ଚୌଧୁରୀ, ଶିରୀଶ କୁମାର ପ୍ରଧାନ ପ୍ରମୁଖ ପରିଚାଳନା ରେ ସହଯୋଗ କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।