ଗୋଟିଏ ଆମ୍ବର ଦାମ ୧୦୦୦ ଟଙ୍କା

ଇନ୍ଦୋର, ଏଜେନ୍ସି: ମଧ୍ୟପ୍ରଦେଶର ଅଲିରାଜାପୁର ଜିଲ୍ଲାରେ ଉତ୍ପାଦିତ ହେଉଥିବା ‘ନୁରଜାହାନ’ ପ୍ରଜାତିର ଆମ୍ବ ଦେଶରେ ସବୁଠୁ ମୂଲ୍ୟବାନ ବୋଲି ଜଣାପଡିଛି। ଏହି ପ୍ରଜାତିର ଗୋଟିଏ ଆମ୍ବ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଥିବା କୁହାଯାଇଛି। ଆମ୍ବର ସାଇଜ୍ ଉପରେ ଏହାର ବିକ୍ରିମୂଲ୍ୟ ଧାର୍ଯ୍ୟ କରାଯାଉଛି ବୋଲି ଜଣେ ଚାଷୀ କହିଛନ୍ତି। ଗତବର୍ଷ ତୁଳନାରେ ଏବର୍ଷ ଏହି ପ୍ରଜାତିର ଆମ୍ବ ଅଧିକ ସଂଖ୍ୟାରେ ଉତ୍ପାଦିତ ହୋଇଛି। ନୁରହାଜାନ ପ୍ରଜାତି ଆମ୍ବର ଉତ୍ପତ୍ତିସ୍ଥଳ ଆଫଗାନିସ୍ତାନ ହୋଇଥିବାବେଳେ ଭାରତରେ ଏହା କେବଳ ମଧ୍ୟପ୍ରଦେଶର ଅଲିରାଜାପୁରରେ ଉତ୍ପନ୍ନ ହେଉଛି। ଏବର୍ଷ ଗୋଟିଏ ଆମ୍ବର ଓଜନ ୨ରୁ ୩.୫ କିଲୋ ହୋଇଛି ବୋଲି ଜଣେ ଚାଷୀ ଶିବରାଜସିଂହ ଯାଦବ କହିଛନ୍ତି।

ଗତବର୍ଷ ଏହି ପ୍ରଜାତିର ଆମ୍ବ ଉତ୍ପାଦନ ସନ୍ତୋଷଜନକ ହୋଇନଥିଲେ ସୁଦ୍ଧା ଗୋଟାକୁ ୧୨୦୦ ଟଙ୍କାରେ ବିକ୍ରି କରାଯାଇଥିଲା। ଉତ୍ତମ କ୍ୱାଲିଟି ଆମ୍ବ ଖାଇବାରେ ସଉକ ରଖୁଥିବା ଲୋକେ ଏବର୍ଷ ଆଗୁଆ ବୁକିଂ କରିଛନ୍ତି ବୋଲି ନୁରଜାହାନ ଆମ୍ବ ବିଶେଷଜ୍ଞ ଇସାକ୍ ମନସୁରୀ ଜଣାଇଛନ୍ତି। ୟ ପକ୍ଷରୁ ରବିବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ଦେଶରେ ୧,୧୪,୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୮,୦୯,୩୩୯ରେ ପହଞ୍ଚିଛି। ଇତିମଧ୍ୟରେ ୨,୬୯,୮୪,୭୮୧ ଜଣ ସୁସ୍ଥ ହୋଇସାରିଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪,୭୭,୭୯୯କୁ ହ୍ରାସ ପାଇଛି। ପୁନଶ୍ଚ ୨୪ ଘଣ୍ଟାରେ ୨୬୭୭ ଜଣ କୋଭିଡ୍ରେ ପ୍ରାଣ ହରାଇଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା ୩,୪୬,୭୫୯କୁ ବୃଦ୍ଧି ପାଇଛି। ଶନିବାର ସୁଦ୍ଧା ଦେଶରେ ୨୩,୧୩,୨୨,୪୧୭ ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇସାରିଛି।