ପୁଣି ସୁପ୍ରିମକୋର୍ଟ ପହଞ୍ଚିଲେ ନୁପୂର ଶର୍ମା

ନୂଆଦିଲ୍ଲୀ: ବିଜେପିର ନିଲମ୍ବିତ ନେତା ନୁପୂର ଶର୍ମା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ପେଗମ୍ବର ମୋହମ୍ମଦ ବିବାଦୀତ ଟିପ୍ପଣୀ ମାମଲାରେ ତାଙ୍କ ଉପରେ ଦାୟର ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନୁପୂର ଅନୁରୋଧ କରିଛନ୍ତି । ନୁପୂର କହିଛନ୍ତି ଯେ, ପ୍ରଥମେ ମୋ ଦାବିକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଥିଲେ । ଆଉ ଏବେ ମୋ ଜୀବନ ପ୍ରତି ଥିବା ବିପଦ ଆହୁରି ଅଧିକ ବଢ଼ିଯାଇଛି । ଦୁଷ୍କର୍ମ ଓ ହତ୍ୟା ଧମକ ଲଗାତାର ଭାବେ ମିଳୁଛି ।

ସୂଚନାଯୋଗ୍ୟ, ନୁପୂର ଶର୍ମା ଏହାପୂର୍ବରୁ ନିଜ ଉପରେ ଦାୟର ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ କିଛି କଡ଼ା ଟିପ୍ପଣୀ ଦେଇଥିଲେ । ନୁପୂରଙ୍କ ବିରୋଧରେ ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରେ ମୋଟ ୯ଟି ମାମଲା ଦାୟର ହୋଇଛି ।