ଟିଟିଲାଗଡ ଗ୍ଲାମ ଷ୍ଟୁଡିଓ ପକ୍ଷରୁ ନୂଆଖାଇ ଭେଟ ଘାଟ

ଟିଟିଲାଗଡ,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ଅଞ୍ଚଳରେ ସମାଜ ସେବାରେ ଅଗ୍ରଣୀ ଭୂମିକା ଲିଭାଇଥିବା ଗ୍ଲାମ୍ ଷ୍ଟୁଡିଓ ଲେଡିସ ସେଲୋନ ପକ୍ଷରୁ ଷ୍ଟୁଡିଓ ପରିସରରେ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସମ୍ପାଦିକା ରଞ୍ଜୁ ରାୟମନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଅଞ୍ଚଳର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶୁଭଦର୍ଶିନୀ ମିଶ୍ର ଓ ସ୍ନିଗ୍ଧା ପାଢ଼ୀ ଆନ୍ତର୍ଜାତୀୟ ମକପ୍‌ ଅର୍ଟିଷ୍ଟ୍ ଯୋଗଦେଇଥିଲେ।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳିତ ହେବା ପରେ ଏହି ଭେଟ ଘାଟ କାର୍ଯ୍ୟକ୍ରମର ମହତ୍ତ୍ଵକୁ ନେଇ ଅତିଥି ମାନେ ବିବରଣୀ ପ୍ରଦାନ କରିଥିଲେ। ଏହି ଅନୁଷ୍ଠାନର ପରିଚାଳିକା ସ୍ନିଗ୍ଧା ପାଢ଼ୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସ୍ଥାନୀୟ ଅଞ୍ଚଳର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ତଥା ସମାଜ ସେବାରେ ଗ୍ଳାମ ଷ୍ଟୁଡିଓ ଅଗ୍ରଣୀ ଭୂମିକା ନିଭାଇଥିବା ନେଇ ପ୍ରକାଶ କରିଥିଲେ।

ପ୍ରକାଶ ଥାଉକି କରୋନା ମହାମାରୀ ସମୟରେ ଅସହାୟ ଓ ଇଚ୍ଛୁକ ମହିଳା ମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୁସବୁ ସିଂ ବରିହା, ନନ୍ଦିନୀ ଦୀପ, ସସ୍ମିତା ଷଡ଼ଙ୍ଗୀ, ବାଣିଶ୍ରୀ ମିଶ୍ର, ସୁଜାତା ସେଠ୍, ପାର୍ବତୀ ରଣା, ସୁଜାତା ସାହୁ, ମୈତ୍ରୀ ବିଶି, ସୋନାଲି ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ।