ନୂଆଦିଲ୍ଲୀରେ ନୂଆଁଖାଇ ଭେଟଘାଟ : ଝଲସିଲା ସମ୍ବଲପୁରୀ ସିନେମା ‘ଝରନ୍’

ବରଗଡ଼,ଏନ୍ଏନ୍ଏସ୍: ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ତରଫରୁ ନୂଆଦିଲ୍ଲୀ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁରୀ/କୋଶଳୀ ସିନେମା ‘ଝରନ୍’ର ଝଲକ ପ୍ରଦର୍ଶିତ ହୋଇଥିଲା। ପଣ୍ଡରାରୋଡରେ ଅନୁଷ୍ଠିତ ଏହି ଭେଟଘାଟ ଅବସରରେ ସମାଜସେବୀ ଶ୍ରୀକର ମିଶ୍ରଙ୍କ ପ୍ରୟୋଜିତ ‘ଝରନ୍’ ସିନେମାର କିଛି ଝଲକ ପ୍ରଦର୍ଶିତ କରିଥିଲେ ଅଭିନେତ୍ରୀ ରେଶ୍ମା ସୋନା। ମୁଖ୍ୟଅତିଥି ଭାବରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ଝରନ୍’ ଚଳଚ୍ଚିତ୍ର ପଶ୍ଚିମ ଓଡ଼ିଶାର ଜନଜୀବନ ସହ ପାରମ୍ପରିକ କଳା ବଞ୍ଚାଇବାର ଏକ ସୁନ୍ଦର ପ୍ରୟାସ ବୋଲି କହିଥିଲେ। ଉକ୍ତ ଚଳଚ୍ଚିତ୍ର ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ହରିଶଙ୍କର ସମେତ ବିଭିନ୍ନ ସ୍ଥାନରେ ସୁଟିଂ ହୋଇଥିବା ବେଳେ ବହୁ ଲୋକପ୍ରିୟ କଳାକାର, ଗାୟକ ଗାୟିକା ନିଜ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଆଗାମୀ ଦୁଇ ମାସରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।