ନୂଆପଡ଼ାରେ ନୂଆଁଖାଇ ଭେଟଘାଟ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭନ୍ଦ୍ରା ପଞ୍ଚାୟତସ୍ଥିତ ନୂଆପଡ଼ା ଗାଁରେ ନରସିଂହ ପୂଜା କିମିଟି ପକ୍ଷରୁ ୧୮ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨ ବର୍ଷ ହେବ କରୋନା କଟକଣା ଯୋଗୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । କିନ୍ତୁ କରୋନା କମିଥିବାରୁ ସମ୍ବଲପୁରୀ ଗୀତନୃତ୍ୟରେ ମଞ୍ଚ ଦୁଲୁକି ଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ ଯୋଗ ଦେଇଥିବାବେଳେ ଆଇନଜୀବୀ ଯୁବରାଜ ମାଝୀ, ଯୁବ ସାମ୍ବାଦିକ ଅଜିତ କୁମାର ସାହୁ, ଶିକ୍ଷକ ଉମାକାନ୍ତ ସୁନା, ପୂର୍ବତନ ବେଳଗାଁ ସମିତି ସଭ୍ୟ ଦୀପକ ଅଗ୍ରୱାଲ, ସନ୍ତୋଷ ସୁନା ଓ ଧନମତ ନନ୍ଦ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ସୁବାଷ ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଜେତାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏଥିରେ ନରସିଂହ ଗଣେଶ ପୂଜା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ ।