ଲକ୍ଷ୍ନୌ,ଏଜେନ୍ସି: ଉତ୍ତରପ୍ରଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ହୋଇଥିବା ହିଂସାକାଣ୍ଡରେ ୩କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ ଏହି ସମ୍ପତ୍ତିର ଭରଣ ପାଇଁ ସରକାର ଏକ ଉପାୟ ବାହାର କରିଛନ୍ତି। ତେବେ ଏଥିରେ ସରକାରଙ୍କ ପକ୍ଷରୁ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ଏହି ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରାଥମିକ ପର୍ଯ୍ୟାୟରେ ୧୧୦ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଟଙ୍କା ଭରଣ ପାଇଁ ସେମାନଙ୍କ ଘରକୁ ନୋଟିସ ମଧ୍ୟ ଜାରି କରାଯାଇଛି।
