ଆମେରିକାକୁ ଚାଲେଞ୍ଜ : ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷା

ୱାଶିଂଟନ୍/ପ୍ୟୋଙ୍ଗୟାଙ୍ଗ,ଏଜେନ୍ସି: ଉତ୍ତର କୋରିଆ ଇତିମଧ୍ୟରେ ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ସମୟରେ ଉତ୍ତର କୋରିଆର ଏହା ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷା। ଏହି ପରିପ୍ରେକ୍ଷୀରେ ବାଇଡେନ ପ୍ରଶାସନ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି ବୋଲି କୁହାଯାଇଛି। ତେବେ ଏହି ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ପରିଚୟ ଗୋପନ ରଖି କହିଛନ୍ତି, ପ୍ୟୋଙ୍ଗୟାଙ୍ଗ ପକ୍ଷରୁ ଅନ୍ୟୂନ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। କି ଧରଣର କ୍ଷେପଣାସ୍ତ୍ର, କେଉଁଠାରେ ତାହା ପରୀକ୍ଷା ହୋଇଛି ଏବଂ ଏହା ସଫଳ ହୋଇଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନାହିଁ।