ସ୍କୁଲରୁ ପିଲାଙ୍କ ଉପରେ ମାଡ଼ିଗଲା ଗାଡ଼ି: ୫ ମୃତ

ଜୟପୁର, ଏଜେନ୍ସି: ରାଜସ୍ଥାନର ଜାଲୋର ଜିଲ୍ଲାରେ ବୁଧବାର ଅପରାହ୍ଣରେ ଏକ ଦ୍ରୁତଗାମୀ ଇନୋଭା କାର୍ ମାଡ଼ିଯିିବାରୁ ସ୍କୁଲରୁ ଫେରୁଥିବା ୫ ପିଲାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। କରଡ଼ା-ରାନିୱାଡ଼ା ରୋଡରେ ଏହି ଦୁର୍ଘଟଣା ଘଟିଛି। ପିଲାମାନେ ସ୍କୁଲରୁ ଚାଲି ଚାଲି ଘରକୁ ଫେରୁଥିଲାବେଳେ ଏଭଳି ଅଘଟଣ ଘଟିଛି। ଏମାନେ ନବମ ଓ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କୁ ସୂତ୍ରରୁ ଜଣାପଡ଼ିଛି ୬ ଜଣ ଛାତ୍ରଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିଲାବେଳେ ସେମାନଙ୍କ ପଛରୁ ଏକ ଇନୋଭା କାର୍ ଧକ୍କା ଦେଇଥିଲା। କାର୍ଟି ଦ୍ରୁତବେଗରେ ଗତି କରୁଥିବାରୁ ଡ୍ରାଇଭର ନିୟନ୍ତ୍ରଣ ରକ୍ଷା ନକରିବାରୁ ପିଲାଙ୍କ ଉପରେ ତାହା ମାଡ଼ି ଯାଇଥିଲା।