ଅରୁଣାଚଳପ୍ରଦେଶ: ଅରୁଣାଚଳପ୍ରଦେଶ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ସଭାରେ ଚୀନକୁ ଟାର୍ଗେଟ କରିଛନ୍ତି । ଶାହ କହିଛନ୍ତି ଯେ, ଭାରତର କ୍ଷେତ୍ରୀୟ ଅଖଣ୍ଡତାକୁ ନେଇ କେହି ବି ପ୍ରଶ୍ନ କରିପାରିବେ ନାହିଁ । କେହି ଆମର ଗୋଟେ ଇଞ୍ଚ ଜମି ମଧ୍ୟ ନେଇପାରିବେ ନାହିଁ । ଆଇଟିବିପି ଓ ସେନା ଯବାନଙ୍କ କ୍ଷମତା ବଳରେ କେହି ଆଖି ଉଠାଇ ଆମ ଦେଶର ସୀମାକୁ ଦେଖିପାରିବ ନାହିଁ । ଆଉ ସେ ଯୁଗ ନାହିଁ ଯେତେବେଳେ କେହି ବି ଭାରତର ଜମି ଉପରେ କବଜା କରିବ।
ଚୀନର ବୈଦେଶିକ ମନ୍ତ୍ରଣାଳୟ ଆଜି ଏକ ସମାଚାର ବ୍ରିଫିଂରେ କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଅରୁଣାଚଳପ୍ରଦେଶ ଯାତ୍ରାକୁ ଚୀନ ଦୃଢ଼ତାର ସହ ବିରୋଧ କରୁଛି । ଏହି କ୍ଷେତ୍ରରେ ଭାରତର ଗୃହମନ୍ତ୍ରୀଙ୍କ ଗତିବିଧିକୁ ବେଜିଂ ନିଜ କ୍ଷେତ୍ରୀୟ ସାର୍ବଭୌମତ୍ୱ ଉଲ୍ଲଂଘନ ମାନୁଛି । ଅନ୍ୟପଟେ ଚୀନ ସରକାରଙ୍କ ଏପରି ବୟାନକୁ ଭାରତ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି ।