ବିଗବସ ବିଜେତାଙ୍କୁ ନୋଏଡା ପୁଲିସ ଜାରି କଲା ନୋଟିସ

ନୂଆଦିଲ୍ଲୀ: ବିଗବସ ବିଜେତା ଏଲଭିଶ ଯାଦବଙ୍କୁ ସାପ ବିଷ ମାମଲାରେ ପୁଲିସ ସାମ୍ନାରେ ହାଜର ହେବାକୁ ନୋଟିସ ଜାରୀ ହୋଇଛି । ଏଲଭିଶଙ୍କୁ ଯଥାଶୀଘ୍ର ନୋଏଡା ପୁଲିସ ସାମ୍ନାରେ ହାଜର ହେବାକୁ ପଡ଼ିବ ବୋଲି ସୂଚନା ମିଳିଛି । ଏଲଭିଶଙ୍କ ସମେତ ୬ ଜଣଙ୍କ ବିରୋଧରେ ରେବ ପାର୍ଟିରେ କଥିତ ରୂପେ ସାପ ବିଷ ବ୍ୟବହାର କରିବା ମାମଲାରେ ନଭେମ୍ବର ୩ରେ ବନ୍ୟଜୀବ ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତା ପ୍ରାବଧାନ ଅନ୍ତର୍ଗତ ଏତଲା ଦାୟର ହୋଇଥିଲା ।