ହନି ସିଂହଙ୍କ ଛାଡ଼ପତ୍ରକୁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ବଲିଉଡ ସିଙ୍ଗର ତଥା ରାପର ହନି ସିଂହ ଗତ କିଛି ଦିନ ହେବ ଛାଡ଼ପତ୍ରକୁ ନେଇ ଚର୍ଚ୍ଚାରେ ରହିଥିଲେ । ଦିଲ୍ଲୀର ଏକ ଅଦାଲତ ଆଜି ହନି ଓ ତାଙ୍କ ପତ୍ନୀ ସାଲିନୀ ତଲୱାରଙ୍କ ଛାଡପତ୍ରକୁ ମଞ୍ଜୁରୀ ପ୍ରଦାନ କରିଥିବା ନେଇ ସୂଚନା ମିଳିଛି ।

ହନିସିଂହଙ୍କ ଉପରେ ପତ୍ନୀ ଶାଲିନୀ ତଲୱାର ଘରୋଇ ହିଂସାର ଅଭିଯୋଗ କରିଥିଲେ । ହନି ଓ ତାଙ୍କ ପରିବାରବର୍ଗ ମାନସିକ ଓ ଶାରୀରିକରୂପେ ତାଙ୍କୁ ପ୍ରତାଡ଼ିତ କରିଥିବା ଶାଲିନୀ କହିଥିଲେ । ଆଉ ଏବେ ବୁଝାମଣା ପରେ ଶାଲିନୀ ଆରୋପ ଉଠାଇ ନେଇଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ଶାଲିନୀଙ୍କୁ ୧ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ମଧ୍ୟ ହନି ହସ୍ତାନ୍ତର କରିଥିଲେ । ଛାଡପତ୍ର ଶୁଣାଣୀ ସମୟରେ କୋର୍ଟରେ ହନିଙ୍କ ସହ ମେଟାଲୋ ଅଫିସର ପାର୍ଟନର ଈଶାନ ମୁଖାର୍ଜୀ, ଓକିଲ ଅମୃତା ଚାଟ୍ଟାର୍ଜୀ ଓ ଜସପାଲ ସିଂହ ଉପସ୍ଥିତ ଥିଲେ ।