କୌଣସି ଧମକପୂର୍ଣ୍ଣ କଲ୍ କିମ୍ବା ମେସେଜ୍ ଆସିନାହିଁ: ସଲମାନ ଖାନ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ମିଳିଥିବା ହତ୍ୟା ଧମକ ମାମଲାରେ ମୁମ୍ବାଇ ପୁଲିସ ଆଜି ତାଙ୍କ ବୟାନ ରେକର୍ଡ କରିଛି । ଏହି ସମୟରେ ପୁଲିସ ସଲମାନଙ୍କୁ ଅନେକ ପ୍ରଶ୍ନ ପଚାରିଥିଲା । ସଲମାନ କହିଥିଲେ ଯେ, ନିକଟରେ ମୋର କାହା ସହ ବି ଝଗଡ଼ା କିମ୍ବା ବିବାଦ ହୋଇନାହିଁ । ମୋତେ କୌଣସି ଧମକପୂର୍ଣ୍ଣ କଲ୍ କିମ୍ବା ମେସେଜ୍ ଆସିନାହିଁ ।

ସୂଚନାଯୋଗ୍ୟ, ସଲମାନ ଖାନଙ୍କ ପିତା ସଲିମ ଖାନ୍ ଗତକାଲି ସକାଳେ ମର୍ଣ୍ଣିଂ ୱାକରେ ଯାଇଥିଲେ । ସେଠାରେ ଏକ ବ୍ୟାଞ୍ଚରେ ବସିଥିବା ସମୟରେ ତାଙ୍କୁ ପୁଅ ସଲମାନ ଓ ନିଜ ନାଁରେ ହତ୍ୟା ଧମକପୂର୍ଣ୍ଣ ଏକ ଚିଠି ମିଳିଥିଲା । ସେଥିପାଇଁ କାହା ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ ବୋଲି ସଲମାନ କହିଛନ୍ତି ।