ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲକୁ ମିଳୁନି ପାରୋଲ, ହସ୍ପିଟାଲରେ ପଡିରହିଛି ମାଆର ମୃତ ଦେହ

ବଲାଙ୍ଗିର,ଏନ୍ଏନ୍ଏସ୍: ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌କୁ ମିଳୁନି ପାରୋଲ। ବଲାଙ୍ଗିର ଡାକ୍ତରଖାନାରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ପୁଞ୍ଜିଲାଲ ମାଆର ମୃତ ଦେହ ପଡ଼ିରହିଥିବା ବେଳେ ତାଙ୍କ ଶବ ସତ୍କାର ପାଇଁ କୋର୍ଟରୁ ପାରୋଲ ମିଳିପାରିନାହିଁ। ତେବେ କୋର୍ଟ  ଆଦେଶକୁ ଅପେକ୍ଷା ରହିଛି।

ସୂଚନା ଅନୁସାରେ ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲ ମେହେରର ମା’ଇନ୍ଦୁମତୀ ମେହେର କ୍ୟାନ୍‌ସରରେ  ଦୀର୍ଘଦିନ ହେଲା ପୀଡ଼ିତ ଥିଲେ। ଏହି ପରିପ୍ରେକ୍ଷୀରେ ସେ ବଲାଙ୍ଗିରରେ ତାଙ୍କର ମୃତ୍ୟୁ ହୋଇଥିଲେ। ଫଳରେ ବଲାଙ୍ଗିର ଡାକ୍ତରଖାନାରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ମୃତ ଦେହ ପଡି ରହିଥିଲେ ମଧ୍ୟ ପୁଞ୍ଜିଲାଲଙ୍କୁ ପାରୋଲ ମିଳିପାରିନାହିଁ। ପୁଞ୍ଜିଲାଲ ପାଟଣାଗଡ଼ କୋର୍ଟରେ ପାରୋଲ ପାଇଁ ଆବେଦନ କରିଥିବା ବେଳେ ଅନୁମତି ମିଳିନଥିବାରୁ ସେ ତାଙ୍କ ମା’ଙ୍କ ପାଖରେ ପହଞ୍ଚି ପାରିନାହିଁ। ଫଳରେ ବଲାଙ୍ଗିର ଡାକ୍ତରଖାନାର ଶବଗୃହରେ ମୃତ ଦେହକୁ ରଖାଯାଇଛି।

୦୧୬ରେ ପାର୍ସଲ ବୋମା ଫୁଟାଇ ପୁଞ୍ଜିଲାଲ ୨ଜଣଙ୍କ ଜୀବନ ନେଇଥିଲେ। ଏଥିପାଇଁ ତାଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।