ଆସିଗଲା ସିବିଏସଇର ନୂଆ ନିୟମ, ଏବେ କେହି ହେବେନି ଫେଲ୍

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବର୍ଷ ସିବିଏସଇର ବୋର୍ଡ ପରୀକ୍ଷାରେ ଯେପରି କେହି ଛାତ୍ରଛାତ୍ରୀ ଫେଲ ନ ହୁଅନ୍ତି ସେ ନେଇ ଏକ ନୂଆ ନିୟମ ପ୍ରସ୍ତୁତ କରାଯାଇଛି। ସିବିଏସଇର ନୂଆ ନିୟମ ଅନୁସାରେ ଯଦି କୌଣସି ଛାତ୍ରଛାତ୍ରୀ ଆଇଟି ଓ କମ୍ପ୍ୟୁଟରରେ ଭଲ କରୁଥିବ ଓ ଗୋଟିଏ କିମ୍ବା ୨ଟି ବିଷୟରେ ଫେଲ ହେଉଥିବେ, ତେବେ ତାଙ୍କୁ ପାସ୍ କରାଇ ଦିଆଯିବ।

ସ୍କିଲ ଇଣ୍ଡିଆକୁ ଆଧାର କରି ସିବିଏସଇ ଏହି ନିୟମ ପ୍ରସ୍ତୁତ କରିଛି। ଏଥିସହିତ ଛାତ୍ରଛାତ୍ରୀଙ୍କ ବର୍ଷ ମଧ୍ୟ ଖରାପ ହେବ ନାହିଁ।
ଦକ୍ଷତା ଥାଇବି ପାଠ ପଢ଼ାରେ ଦୁର୍ବଳ କାରଣରୁ ଫେଲ ହୋଇଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇର ଏହି ନିୟମ ବେଶ୍ ଲାଭଦାୟକ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।