ଦିଲ୍ଲୀରେ ଲକଡାଉନ ହେବନି : କେଜରିୱାଲ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ପୁଣି ଲକଡାଉନ ଲାଗୁ କରାଯିବାର କୌଣସି ଯୋଜନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ଉଚ୍ଚପଦସ୍ତ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ଏହାସତ୍ତେ୍ୱ ଦିଲ୍ଲୀରେ କୋଭିଡ୍ ସ୍ଥିତି ଉପରେ ତାଙ୍କ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ବୋଲି କେଜରିୱାଲ କହିଛନ୍ତି। ଯଦି ଆଗାମୀ ଦିନରେ ଏଭଳି ସ୍ଥିତି ଉପୁଜେ, ତେବେ ଜନସାଧାରଣଙ୍କ ମତାମତ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେଜରିୱାଲ ମତବ୍ୟକ୍ତ କରିଛନ୍ତି।