ଏହି ୪ ଦେଶର ପର୍ଯ୍ୟଟକଙ୍କୁ ବ୍ରିଟେନ ମନା

ଲଣ୍ଡନ,ଏଜେନ୍ସି: କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିଟେନ ସରକାର ୪ଟି ରାଷ୍ଟ୍ରର ପର୍ଯ୍ୟଟକଙ୍କୁ ବ୍ରିଟେନ ଆସିବା ଉପରେ କଟକଣା ଲାଗୁ କରିଛନ୍ତି। ଏହି ରାଷ୍ଟ୍ରଗୁଡିକ ହେଲା ପାକିସ୍ତାନ, ବାଂଲାଦେଶ, ଫିଲିପାଇନ୍ସ ଓ କେନିଆ। ଏପ୍ରିଲ ୯ରୁ ଏହି କଟକଣା ଲାଗୁ କରାଯିବ ବୋଲି ବ୍ରିଟେନ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଗତ ୧୦ ଦିନ ମଧ୍ୟରେ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବା ବ୍ରିଟିଶ ଓ ଆଇରିସ୍ ନାଗରିକଙ୍କୁ ଦଶ ଦିନ କ୍ୱାରେଣ୍ଟାଇନରେ ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ପର୍ଯ୍ୟଟକଙ୍କ ଉପରେ ବ୍ରିଟେନ ସରକାର ଏଭଳି କଟକଣା ଲାଗୁ କରିସାରିଛନ୍ତି।