ଶ୍ରୀମନ୍ଦିର ସମ୍ମୁଖରେ ଜଳିବନି କାଉଁରିଆ କାଠି

ପୁରୀ,ଏନ୍ଏନ୍ଏସ୍: କରୋନା କଟକଣା ଭିତରେ ଚଳିତ ବର୍ଷ ସମସ୍ତ ପୂଜା ପର୍ବ ଫିକା ପଡିଛି। ସେହିପରି ବର୍ତ୍ତମାନ ଶୀତ ଋତୁ ହୋଇଥିବାରୁ ବାୟୁ ପ୍ରଦୂଷଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳି ବଡବଡିଆ ଡାକିବାକୁ ନିଷେଧ କରାଯାଇଛି। ଏଥିରୁ ଅଧିକ ଧୂଆଁ ହୋଇ ବାୟୁ ପ୍ରଦୂଷଣ ହେବା ଆଶଙ୍କାରୁ ବଡ଼ବଡ଼ୁଆ ଡାକ ବନ୍ଦ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି। ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।