really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାମନାଗୁଡ଼ା ବ୍ଲକର ଅବହେଳିତ ଉକୁମ୍ବା ପଞ୍ଚାୟତ ଅଧୀନରେ ରହିଛି ଢେପାଗୁଡ଼ା। ଏଠାରେ ୪୫ ଆଦିବାସୀ ଓ ଶବର ସମ୍ପ୍ରଦାୟର ପରିବାର ବସବାସ କରୁଛନ୍ତି। ଏହି ଗାଁର ଲୋକସଂଖ୍ୟା ପ୍ରାୟ ୧୬୦ ରୁ ଅଧିକ। ସେହିପରି ଗାଁକୁ ବିଜୁଳି ଲାଇନ ଅଛି ସତ, କିନ୍ତୁ ୨ରୁ ୩ଟା କାଁ ଭାଁ ଘରକୁ ଛାଡ଼ିଦେଲେ ଅନ୍ୟ କୌଣସି ଘରକୁ ବିଜୁଳି ପହଞ୍ଚିପାରିନାହିଁ। ଦୀର୍ଘଦିନ ଧରି ଲୋ ଭୋଲ୍ଟେଜ୍ ସମସ୍ୟାରେ ପେଷି ହେଇଥିବା ବେଳେ ବିଦ୍ୟୁତ୍ ବିଭାଗ ଗ୍ରାମବାସୀଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନାହିଁ।
ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ସରକାରୀ ରିପୋର୍ଟ କହୁଛି। କେତେକ ଲୋକ ଛୋଟ ଛୋଟ ସୋଲାର ଲ୍ୟାମ୍ପ ଖରିଦ କରି ବ୍ୟବହାର କରୁଛନ୍ତି, ଯେଉଁଥିରେ ଗୋଟିଏ ବଲ୍ବ ଓ ମୋବାଇଲ ଚାର୍ଜ କରୁଥିବା ଦେଖିବାକୁ ମିଳିଛି। ସେହିପରି ଉକ୍ତ ଗ୍ରାମକୁ ଯିବାକୁ ହେଲେ ଖାଲଖମାରେ ଭର୍ତ୍ତି କାଦୁଅ ପଚପଚ ରାସ୍ତାରେ ଯିବାକୁ ପଡ଼ୁୂଛି।
ତୁରନ୍ତ ବିଦ୍ୟୁତ୍ସେବା ଯୋଗାଇବା ପାଇଁ ବିଧୁ ଶବର, ତ୍ରିନାଥ ଶବର, ବୁଡ଼ା ଶବର, ଋଷିକେଶ ଶବର କମଳ ଶବଳ, ନୀଳମାଧବ ଶବର, ସୁଲୋଚନା ଶବର, ମାଲେଶ୍ୱରୀ ଶବର, ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ବନମାଳୀ ଶବରଙ୍କୁ ପଚାରିବାରୁ ଏନେଇ ମୁଁ ବାରମ୍ବାର ସମିତି ବୈଠକରେ ଅଭିଯୋଗ କରିଥିଲେ କୌଣସି ସୁଫଳ ମିଳୁ ନଥିବା ସେ କହିଛନ୍ତି। ଏନେଇ ଗୁଣୁପୁର ସାଉଥ୍କୋ ନିର୍ବାହୀଯନ୍ତ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦଙ୍କୁ ପଚାରିବାରୁ ଯଥାଶୀଘ୍ର ଉକ୍ତ ଗ୍ରାମର ସମସ୍ତ ପରିବାରଙ୍କୁ ବିଜୁଳି ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।