Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗଜପତି ମହାରାଜାଙ୍କ ଇଷ୍ଟଦେବୀ ମା’ ଶ୍ୟାମାକାଳୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗଜପତି ମହାରାଜାଙ୍କ ଇଷ୍ଟଦେବୀ ମା’ ଶ୍ୟାମାକାଳୀ

ବିଶୁ ମିଶ୍ର, ପୁରୀ

ପୁରୀ,ଏନ୍ଏନ୍ଏସ୍: ଶ୍ରୀକ୍ଷେତ୍ରରେ ଥିବା ପ୍ରମୁଖ ଶକ୍ତିପୀଠଗୁଡିକ ମଧ୍ୟରୁ ଅନ୍ୟତମ ବାଲିସାହିସ୍ଥିତ ଶ୍ୟାମାକାଳୀ ମନ୍ଦିର। ପୁରୁଣା ନଅର ପରିସରରେ ଅବସ୍ଥିତ ଏହି ଦେବୀପୀଠରେ ମୂଳାଷ୍ଟମୀଠାରୁ ଅନୁଷ୍ଠିତ ହେଉଛି ଷୋଡ଼ଶ ଦିନାତ୍ମକ ପୂଜା। ମା’ଙ୍କର ଏହି ପୂଜାର ସ୍ୱତନ୍ତ୍ରତା ରହିଛି। ସହସ୍ରକୁମ୍ଭ ବରଣ ପରେ ଷୋଳପୂଜା ନୀତି ଆରମ୍ଭ କରାଯାଇଛି।

ଷୋଳପୂଜା ଅବସରରେ ଦେବୀଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଚଣ୍ଡୀପାଠ ଚାଲିଛି। ମନ୍ତ୍ରଧ୍ୱନିରେ ମୁଖରିତ ହେଉଛି ଶ୍ୟାମାକାଳୀ ପୀଠ ପରିସର। ପରମ୍ପରା ଅନୁଯାୟୀ ଷୋଳପୂଜା ଅବସରରେ ଦେବୀଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଏ। ମହାସପ୍ତମୀରେ ଦେବୀ ହରଚଣ୍ଡୀ, ମହାଷ୍ଟମୀରେ ଯୋଡ଼ା ମହିଷା, ମହାନବମୀରେ ତାଡ଼କାଷୁର ଓ ବିଜୟାଦଶମୀରେ ଶାନ୍ତି ବେଶରେ ଦେବୀ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ପ୍ରତ୍ୟହ ଦେବୀଙ୍କ ମନ୍ଦିରରେ ସମ୍ପନ୍ନ ହେଉଛି ମଙ୍ଗଳଆଳତୀ, ଅବକାଶ, ମାଜଣା, ମଇଲମ, ବଲ୍ଲଭ ଧୂପ, ବାଳଭୋଗ ଓ ସନ୍ଧ୍ୟାଧୂପ ନୀତି। ଦେବୀ ଶ୍ୟାମାକାଳୀ ଶ୍ରୀକ୍ଷେତ୍ରର ପ୍ରତ୍ୟକ୍ଷ ଦେବୀ ରୂପେ ପରିଚିତା। ଏକଦା ପୁରୀର ଗଜପତି ମହାରାଜାଙ୍କ ଇଷ୍ଟଦେବୀ ରୂପେ ଅର୍ଚ୍ଚିତା ହେଉଥିଲେ ଦେବୀ ଶ୍ୟାମାକାଳୀ।

ସଙ୍କଟମୋଚନ ଓ ମାନସିକ ପୂରଣ ପାଇଁ ପ୍ରତ୍ୟହ ଏହି ଦେବୀପୀଠରେ ଲାଗି ରହିଥାଏ ଭକ୍ତଙ୍କ ଗହଳି। ବିପଦରେ ପଡ଼ି ଦେବୀଙ୍କ ଶରଣାପନ୍ନ ହେଲେ ଦୁଃଖ ଦୂର ହୋଇଯାଏ ବୋଲି ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି। ବାଲିସାହିର ପୁରୁଣା ନଅର ପରିସରରେ ପୂଜା ପାଉଥିବା ଶ୍ୟାମାକାଳୀ ଏବେ ଗଣ ଅର୍ଚ୍ଚିତା। ଦେବୀଙ୍କ ଦର୍ଶନ ଓ କରୁଣା ଲାଭ ପାଇଁ ଶ୍ୟାମାକାଳୀଙ୍କ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥାଏ। ବିଶେଷତଃ ମଙ୍ଗଳବାର ଓ ଶନିବାର ଦିନ ଭକ୍ତମାନଙ୍କ ଗହଳି ବୃଦ୍ଧି ପାଇଥାଏ।

ସୁନ୍ଦର ମନ୍ଦିର ଭିତରେ ଆରାଧ୍ୟିତା ହେଉଛନ୍ତି ଦେବୀ ଶ୍ୟାମାକାଳୀ। ଦେବୀଙ୍କ ମନ୍ଦିର ନିକଟରେ ରହିଛି ଅଷ୍ଟଶମ୍ଭୁ ମହାଦେବଙ୍କ ମନ୍ଦିର। ଏକ ସୁନ୍ଦର ମନ୍ଦିର ମଧ୍ୟରେ ଆରାଧ୍ୟିତା ଦେବୀ ଶ୍ୟାମାକାଳୀଙ୍କ କମନୀୟ ମୂର୍ତ୍ତିର ଉଚ୍ଚତା ପ୍ରାୟ ସାଢ଼େ ୩ ଫୁଟ। କାଳୀ ମୂର୍ତ୍ତିଙ୍କ ସ୍ୱରୂପ ମନେ ପକାଇଲେ ଭକ୍ତର ହୃଦୟରେ ଯେପରି ଭିତ୍ତିର ସଞ୍ଚାର ହୋଇଥାଏ, ଶ୍ୟାମାକାଳୀଙ୍କ ମୂର୍ତ୍ତି ସେଭଳି ନୁହେଁ। ଦେବୀଙ୍କ ମୁଖକାନ୍ତି ସୌମ୍ୟ ଓ କମନୀୟ। ଅନ୍ୟ କୌଣସି କାଳୀପୀଠରେ ଏଭଳି ମୂର୍ତ୍ତି ପରିଦୃଷ୍ଟ ହୁଅନ୍ତି ନାହିଁ। ଦେବୀଙ୍କ ମୁଖଭଙ୍ଗୀରେ ରହିଛି ବରାଭୟର ଭଙ୍ଗୀ।

ବର୍ତ୍ତମାନ ଦେବୀ ପୂଜା ପାଉଥିବା ମନ୍ଦିର ଜଗମୋହନ ଗାତ୍ରରେ ଆକର୍ଷଣୀୟ ଭିତ୍ତି ଚିତ୍ରମାନ ଅଙ୍କିତ ହୋଇଛି। ମନ୍ଦିରର ଦ୍ୱାର ଦେଶରେ ବିଦ୍ୟମାନ ବ୍ୟାଘ୍ରମୁଖୀ, ସିଂହମୁଖୀ, ଘୋଟକମୁଖୀ, କୁକ୍କୁଟମୁଖୀ ଓ ଶୃଗାଳମୁଖୀ ଚିତ୍ର। ଏମାନେ ଶ୍ୟାମାକାଳୀ ମନ୍ଦିରର ରକ୍ଷାକର୍ତ୍ତୀ ବୋଲି କୁହାଯାଏ। ଜଗମୋହନ ଭିତରେ ରହିଛି ଚନ୍ଦ୍ରଘଣ୍ଟା, ମା’ ବ୍ରହ୍ମଚାରିଣୀ, ଦଶଭୁଜା ଦୁର୍ଗା, ବ୍ରାହ୍ମଣୀ, ବୈଷ୍ଣବୀ, କାତ୍ୟାୟନୀ, ସିିଦ୍ଧିଦାତ୍ରୀ, ମହାକାଳୀ, ମହାଲକ୍ଷ୍ମୀ, ଅର୍ଦ୍ଧନାରୀଶ୍ୱର ଓ ଶୈଳପପୁତ୍ରୀଙ୍କର ସୁନ୍ଦର ଚିତ୍ର। ଦେବୀଙ୍କ ମନ୍ଦିର ନିକଟରେ ଶ୍ରୀଯନ୍ତ୍ର ଓ କାଳୀଯନ୍ତ୍ର ରହିଛି।

ଜଗମୋହନରେ ରହିଛି ଏକ ଯଜ୍ଞକୁଣ୍ଡ। ଆଷାଢ଼ ମାସ ହେରାପଞ୍ଚମୀ ଦିନ ଏହି କୁଣ୍ଡରେ ଯଜ୍ଞ କରାଯାଏ। ଶ୍ୟାମାକାଳୀଙ୍କ ବିଗ୍ରହର ରହିଛି ଏକ ସ୍ୱାତନ୍ତ୍ର୍ୟ। ସଂହାରକର୍ତ୍ତୀ ପରିବର୍ତ୍ତେ ଦେବୀ ସ୍ନେହ, ଶ୍ରଦ୍ଧା, ଦୟା, ଅନୁକମ୍ପା ଓ କରୁଣାର ଅପୂର୍ବ ପ୍ରତିରୂପ ଭଳି ପ୍ରତୀତ ହୁଅନ୍ତି। ଶ୍ୟାମାକାଳୀଙ୍କ ମୂର୍ତ୍ତି ସୌମ୍ୟା ଓ ସୁଦର୍ଶନା ମାତାଙ୍କ ମୂର୍ତ୍ତିର ଲହ ଲହ ଜିହ୍ୱା ଭକ୍ତର ଦୃଷ୍ଟି ପଥାରୂଢ଼ ହୁଏ ନାହିଁ।

କଥିତ ଅଛି କେହିଜଣେ ଭକ୍ତ ଶ୍ୟାମାକାଳୀଙ୍କ ଭୟଙ୍କର ରୂପ ଦର୍ଶନ କରି ଏଭଳି ରୂପ ଦେଖିପାରିବି ନାହିଁ ବୋଲି ପ୍ରାର୍ଥନା କରିବାରୁ ଦେବୀ ତାଙ୍କର ଜିହ୍ୱା ଭିତରକୁ ନେଇ ଯାଇଥିଲେ। ମସୃଣ କଳା ମୁଗୁନି ପଥରରେ ଦେବୀଙ୍କ ବିଗ୍ରହ ନିର୍ମିତ। ଶ୍ୟାମାକାଳୀଙ୍କ ମୂର୍ତ୍ତି ଚତୁର୍ଭୁଜା। ଦେବୀଙ୍କ ଦୁଇହସ୍ତରେ ରହିଛି ଛିନ୍ନ ମସ୍ତକ ଓ ଖଡ୍ଗ। ଗୋଟିଏ ହସ୍ତର ଅଙ୍ଗୁଳି ଉନ୍ମୁକ୍ତ ଓ ଅନ୍ୟ ହସ୍ତଟି ଅଭୟ ମୁଦ୍ରା ବିଶିଷ୍ଟ। ଶ୍ୟାମାକାଳୀଙ୍କ ବିଗ୍ରହର ଦୁଇପାଶ୍ୱର୍ରେ ବିଦ୍ୟମାନ ଦୁଇଟି ଚତୁର୍ଭୁଜ ମୂର୍ତ୍ତି ହେଲେ ବିମଳା ଓ ସର୍ବମଙ୍ଗଳା।

ଦେବୀ ଶ୍ୟାମାକାଳୀ ପୀଠର ପୁରୁଣା ନଅର ଓ ଦେବୀଙ୍କ ମହିମା ସମ୍ପର୍କରେ ଅନେକ ଲୋକ କଥା ଓ କିମ୍ବଦନ୍ତୀ ରହିଛି। ଦେବୀଙ୍କ ମନ୍ଦିରର ନିର୍ଦ୍ଧିଷ୍ଟ ପ୍ରତିଷ୍ଠାକାଳ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ଲୋକକଥା ଅନୁଯାୟୀ ଗଜପତି ମହାରାଜା ବାଲିସାହିରେ ନୂତନ ନଅର ତୋଳିବା ପାଇଁ ଉଦ୍ୟମ କରିବା ବେଳେ ନିର୍ମାଣ କାର୍ଯ୍ୟରେ ଅନେକ ବାଧାବିଘ୍ନ ଦେଖା ଦେଇଥିଲା। ପ୍ରଥମେ ଉକ୍ତ ସ୍ଥାନରେ କାଳୀ ମନ୍ଦିର ନିର୍ମାଣ କରି ଶ୍ୟାମାକାଳୀଙ୍କୁ ପୂଜାର୍ଚ୍ଚନା କଲେ ନଅର ସମ୍ଭବ ହେବ ବୋଲି ତାଙ୍କୁ ପରାମର୍ଶ ମିଳିଲା।

ତଦନୁଯାୟୀ ରାଜା କାର୍ଯ୍ୟ କରି ସଫଳ ହେଲେ। ନୂତନ ନଅର ନିର୍ମାଣ ପରେ ଶ୍ୟାମାକାଳୀଙ୍କ କରୁଣାରୁ ଗଙ୍ଗବଂଶର ରାଜାମାନେ ଦିଗ୍ବିଜୟୀ ଓ ପ୍ରସିଦ୍ଧ ହୋଇଥିଲେ ବୋଲି କୁହାଯାଏ। ଅନ୍ୟ ଏକ କିମ୍ବଦନ୍ତୀ ହେଲା ଓଡିଶାର କୌଣସି ରାଜା ଯୁଦ୍ଧରେ ପରାଜିତ ହେଲେ ଶ୍ରୀଜଗନ୍ନାଥଙ୍କ ନିକଟରେ ପରାଜୟର ଗ୍ଲାନି ନେଇ ଅଧିଆ ପଡୁଥିଲେ।

ଶ୍ରୀଜଗନ୍ନାଥ କୁଆଡ଼େ ସ୍ୱପ୍ନରେ ତାଙ୍କୁ କହିଥିଲେ ଶ୍ରୀମନ୍ଦିରର ଦକ୍ଷିଣ ଦିଗରେ ଯାତ୍ରା କଲେ ବିଜୟର ସୂଚନା ମିଳିବ। ରାଜା ଦକ୍ଷିଣ ଦିଗକୁ ଅଗ୍ରସର ହେବା ପରେ ଶୂନ୍ୟବାଣୀ ହୋଇଥିଲା ଏଠାରେ ବାଲୁକାରେ ପୋତି ହୋଇ ରହିଛି ଶାଣିତ ଖଡ୍ଗ। ଏହି ଖଡ୍ଗ ନେଇ ଯୁଦ୍ଧ ଅଭିଯାନ ଆରମ୍ଭ କଲେ ବିଜୟ ସୁନିଶ୍ଚିନ୍ତ। ସତକୁ ସତ ସେଇ ଖଡ୍ଗରେ ଯୁଦ୍ଧ କରି ରାଜା ବିଜୟୀ ହୋଇଥିଲେ। ସେହି ଖଡ୍ଗ ବାହାରିଥିବା ସ୍ଥାନଟି ବର୍ତ୍ତମାନର ଶ୍ୟାମାକାଳୀ ମନ୍ଦିର। ଅନ୍ୟ ଏକ ଜନଶ୍ରୁତି ଅନୁଯାୟୀ ଖୋର୍ଦ୍ଧା ରାଜ୍ୟ ଇଂରେଜମାନଙ୍କ ଦଖଲକୁ ଚାଲିଯିବା ପରେ ଗଜପତିଙ୍କ ତତ୍କାଳୀନ ସେନାପତି ଜୟୀ ରାଜଗୁରୁଙ୍କ ଯୁଦ୍ଧରେ ବିଜୟୀ ହେବା ପାଇଁ ଶ୍ୟାମାକାଳୀଙ୍କୁ ଆରାଧନା କରିଥିଲେ। ମାତ୍ର ଦେବୀ ପ୍ରସନ୍ନ ନହେବାରୁ ଜୟୀ ରାଜଗୁରୁ ମନ୍ଦିରର ଦ୍ୱାରଦେଶକୁ ଅବରୁଦ୍ଧ କରିଦେବା ପାଇଁ ଆଦେଶ ଦେଇଥିଲେ।

ଖୋର୍ଦ୍ଧା ରାଜ୍ୟ ବ୍ରିଟିଶ ଶାସନାଧିନ ହେବା ପରେ ବାଲିସାହିର ପୁରୁଣା ନଅର ଓ ଶ୍ୟାମାକାଳୀଙ୍କ ମନ୍ଦିର ଅବରୁଦ୍ଧ ଓ ପରିତ୍ୟକ୍ତ ହୋଇ ପଡିଥିଲା। ଦେବୀ ଦୀର୍ଘଦିନ ଧରି ଅପୂଜା ରହିଥିଲେ। ବାମଦେବ ମିଶ୍ର ନାମକ ଜଣେ ପୂଜକ ସପ୍ତଫେଣୀ ଜଙ୍ଗଲ ମଧ୍ୟରୁ ଅପୂଜା ଦେବୀଙ୍କୁ ଉଦ୍ଧାର କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଏହାପରେ ଶ୍ୟାମାକାଳୀଙ୍କ ମହିମା ଓ ପ୍ରସିଦ୍ଧି ପରିବ୍ୟାପ୍ତ ହୋଇଥିଲା। ଶ୍ୟାମାକାଳୀ ପୀଠର ଆମିଷ ବା ସଙ୍ଖୁଡି ଭାଗର ବିଶେଷ ଖ୍ୟାତି ରହିଛି। ଶାରଦୀୟ ଦୁର୍ଗାପୂଜା ଓ କାଳୀପୂଜା ଅବସରରେ ଶ୍ୟାମାକାଳୀଙ୍କର ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ।