really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତ୍ ଶିଳ୍ପ ବିଶ୍ୱରେ ଗୋଟିଏ ଚ୍ୟାଲେଞ୍ଜିଂ ସମୟରେ ଗତି କରୁଛି। ଏହା ଭିତରେ ମଧ୍ୟ ଭାରତୀୟ ଇସ୍ପାତ୍ ଶିଳ୍ପକୁ ପ୍ରାସଙ୍ଗୀକ କରି ରଖିବା ତଥା ସେଲକୁ ପ୍ରାସଙ୍ଗୀକ କରି ରଖିବା ସରକାରଙ୍କ ପ୍ରମୁଖ ଦାୟିତ୍ୱ। ସେଥିପାଇଁ ସେଲର ଭାୟାବିଲିଟି ଅଧିକ ହେଉ ତା ପାଇଁ ବିଭିନ୍ନ ପଦକ୍ଷେପ ଭାରତ ସରକାର ଗତ ୫ ବର୍ଷରେ ନେଇଛନ୍ତି ଏବଂ ଆଗାମୀ ଦିନ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି।
୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଅନେକ ଖଣିକୁ ନିଲାମ କରାଯିବା ପାଇଁ ଭାରତ ସରକାର ନିଷ୍ପତି ନେଇଥିବା ବେଳେ ଓଡିଶା ଭଳି ରାଜ୍ୟରେ ସେକେଣ୍ଡାରୀ ସେକ୍ଟରକୁ ମିନେରାଲ୍ ରିସୋର୍ସ କିପରି ଉବଲବ୍ଧ ହେବ ତାହା ଚିନ୍ତାର ବିଷୟ। ପ୍ରଥମେ ସେଲ୍ ନିଜ ଆବଶ୍ୟକତା ପୂରଣ କରିବା ସହ ନିଜ ଉତ୍ପାଦନର ୨୫ ପ୍ରତିଶତ ଅଧିକ ଉତ୍ପାଦନ କରିବାର ନିତିଗତ ନିଷ୍ପତି ସେଲ୍ ପକ୍ଷରୁ କରାଯାଇଛି। ସେଲ୍ ପାଖରେ ପାଖାପାଖି ୭୦ ମିଲିୟନ ମେଟ୍ରିକ୍ ଟନର୍ ଲୋଗ୍ରେଡ୍ ଆଇରନ ଫାଇନ୍ସ ଉପଲବ୍ଧ ଅଛି। ଏହି ଲୋଗ୍ରେଡ୍ ଆଇରନ୍ ଫାଇନ୍ସକୁ ଭଲ୍ୟୁ ଆଡିସନ କରି ବଜାରରରେ ବିକ୍ରି କରିବାକୁ ଅନୁମତି ଦିଆଯାଇଛି।
ରାଉରକେଲାର ଷ୍ଟିଲ୍ କାରଖାନା ପାଖାପାଖି ୪ ଲକ୍ଷ ମେଟ୍ରିକ୍ ଟନ୍ ଇସ୍ପାତ୍ ଉତ୍ପାଦନ କରୁଥିବା ବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି। ସେହିପରି ଆଗାମୀ ଦେଢ ବର୍ଷ ଭିତରେ ରାଉରକେଲାର ସ୍ଥାନୀୟ ଖଣିଜକୁ କଂଚାମାଲ ଭାବେ ଉପଯୋଗ କଲେ ରାଉରକେଲାର ଅର୍ଥନୀତି ଦୁଇ ଗୁଣା ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଓଡିଶାରେ ରାଉରକେଲା ଏକ ବଡ ମାନୁଫ୍ୟାକ୍ଟରିଂ ହବ୍ ହେବା ନେଇ ଲକ୍ଷ୍ୟ ରହିଥିବା ବେଳେ ଏହି ଦୁଇଟି ନିଷ୍ପତି ରାଉରକେଲା ଅର୍ଥନୀତିକୁ ମଜବୁତ୍ କରିବ ବୋଲି ସେ କହିଛନ୍ତି।