ଦେଶରେ ଟିକାର ଅଭାବ ନାହିଁ, ବିଭିନ୍ନ ରାଜ୍ୟକୁ ଗଲାଣି ୧୪ କୋଟି ୧୫ ଲକ୍ଷରୁ ଅଧିକ ଡୋଜ ଟିକା- ହର୍ସ ବର୍ଦ୍ଧନ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଉପର ମୁହାଁ ରହିଥିବାବେଳେ ବର୍ତ୍ତମାନ ଟିକାର ଅଭାବ ନାହିଁ ବୋଲି ପୁଣି ଥରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦୋହରାଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଦେଶରେ ଆଜି ସକାଳ ପର୍ଯ୍ୟନ୍ତ ୧୪ କୋଟି ୧୫ ଲକ୍ଷରୁ ଅଧିକ ଡୋଜ ଟିକା ଯୋଗାଇ ଦିଆଯାଇଛି। ପ୍ରାୟ ୧୨ କୋଟି ୫୭ ଲକ୍ଷ ୧୮ ହଜାର ଲୋକ ଟିକା ନେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଦେଶରେ ସମୁଦାୟ ୬୬,୬୮୯ କୋଭିଡ ଟିକାକରଣ କେନ୍ଦ୍ର ପରିଚାଳିତ ହେଉଛି। ସେଥି ମଧ୍ୟରେ ୯୧ ଲକ୍ଷ ୪ ହଜାର ୬୮୦ ଜଣ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି। ଯେଉଁମାନେ ଟିକାକରଣର ପ୍ରଥମ ମାତ୍ରା ପାଇଛନ୍ତି। ୫୬ ଲକ୍ଷ ୬୯ ହଜାର ୭୩୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି। ଏହା ବ୍ୟତୀତ ଏଠାରେ ୧ କୋଟି ୬ ଲକ୍ଷ ଆଗଧାଡିର କର୍ମଚାରୀ ଅଛନ୍ତି, ଯେଉଁମାନେ ପ୍ରଥମ ଡୋଜ ପାଇଛନ୍ତି।