କୋଭିଡ କେୟାରରେ ଚିକିତ୍ସା ପାଇଁ ଜରୁରୀ ନୁହେଁ କୋଭିଡ ପଜିଟିଭ ରିପୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋଭିଡ ଚିକିତ୍ସା କରୋନା ସଂକ୍ରିମିତଙ୍କ ଲାଗି ଅଧିକା ସୁବିଧା ଜନକ କରିବା ଲାଗି ଆଜି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଏଥିରେ କେନ୍ଦ୍ର ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ କରୋନାରେ ସଂକ୍ରମିତ ରୋଗିମାନଙ୍କୁୁ ଅଧିକ ସୁରକ୍ଷିତ ଏବଂ ପ୍ରଭାବି ଚିକିତ୍ସା ପ୍ରଦାନ କରାଯାଇ ପାରିବ ସେ ନେଇ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ଦେଶର ପ୍ରତ୍ୟେକ ସରକାରୀ ଏବଂ ଘରୋଇ ମେଡିକାଲ ମାନଙ୍କୁ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦେଶାବଳି ଗୁଡିକୁ ପାଳନ କରିବାକୁ କୁହାଯାଇଛି।

ଜାରି କରାଯାଇଥିବା ନିଷ୍ପତି ଅନୁଯାୟୀ ଏବେ ଜଣେ ବ୍ୟକ୍ତ କୋଭିଡ କେୟାର ସେଣ୍ଟରେ ଆଡମିସନ ହେବା ଲାଗି କୋଭିଡ ପଜିଟିଭ ରିପୋର୍ଟ ବାଧ୍ୟତା ମୁଳକ ନୁହେଁ। ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତି ମାନେ ମଧ୍ୟ କୋଭିଡ କେୟାର ସେଣ୍ଟର, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଥିବା କୋଭିଡ ସେଣ୍ଟରରେ ମଧ୍ୟ ଅଡମିସନ ହୋଇପାରିବେ।

ସେହିପରି ମେଡିକାଲଗୁଡିକ ରୋଗୀ ମାନଙ୍କୁ କୌଣସି ପ୍ରକାର ଚିକିତ୍ସା ପ୍ରଦାନ କରିବାକୁ ମନା କରିପାରିବେ ନାହିଁ। ଯଥା ଔଷଧ, ଅକ୍ସିଜେନ ଆଦି ବ୍ୟବସ୍ଥା ଯୋଗାଇ ଦିଆଯିବ, ଏପରିକି ରୋଗୀ ଜଣଙ୍କ ଅନ୍ୟ ଅଞ୍ଚଳର ହୋଇଥିଲେ ବି ଏହି ସୁବିଧା ପାଇବ।

ଏହା ସହିତ ରୋଗୀମାନଙ୍କ ପାଖରେ ଯଦି ନିଜର ପରିଚୟ ପତ୍ର ନଥାଏ ତେବେ ବି ମେଡିକାଲ କତ୍ତୃପକ୍ଷ ସେମାନଙ୍କୁ ଚିକିତ୍ସା ପ୍ରଦାନ କରିବାକୁ ମନା କରିପାରିବେ ନାହିଁ। ଏପରିକି ମେଡିକାଲ ମାନଙ୍କରେ ଏବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରୋଗୀ ମାନଙ୍କୁ ଅଡମିସନ କରାଯିବ ଏବଂ ଯୋଉଁ ବ୍ୟକ୍ତିଙ୍କର ବେଡ ଆବଶ୍ୟକ ନଥିବ ସେମାନେ ବେଡକୁ ଧରି ରଖିପାରିବେ ନାହିଁ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଏହି ନିଷ୍ପତିକୁ ତିନି ଦିନ ମଧ୍ୟରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।