ପାକିସ୍ତାନରେ ଇମ୍ରାନ୍ ଖାନଙ୍କ ସରକାର ଖସିଲା, ସଂସଦରେ ହାରିଲେ ଅନାସ୍ଥା ପ୍ରସ୍ତାବ

ଇସଲାମାବାଦ୍‌,ଏଜେନ୍ସି: ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ଶେଷ ହୋଇଛି। ଏଥିରେ ଇମ୍ରାନ୍ ଖାନ୍ ହାରିଯାଇଛନ୍ତି। ଇମ୍ରାନ୍ ଖାନ ବିରୋଧରେ ୧୭୪ ଭୋଟ ପଡ଼ିଛି। ପିଏମ୍‌ଏଲ୍‌ର ସଂସଦ ବାଚସ୍ପତିର ଦାୟିତ୍ୱ ନେବା ପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଯାଇଥିଲା। ଭୋଟିଂ ସମୟରେ ଇମ୍ରାନ୍ ଖାନଙ୍କ ଦଳର ସାଂସଦମାନେ ବାହାରକୁ ଚାଲିଯାଇଥିଲେ। ଏଥି ସହିତ ଇମ୍ରାନ୍ ଖାନ୍‌ଙ୍କ ସରକାର ଭୁଶୁଡ଼ି ଯାଇଛି।

ପାକିସ୍ତାନରେ ପିଏମ୍‌ଏଲ୍‌ର ଚେୟାରମ୍ୟାନ୍ ଶହବାଜ୍ ଶରୀଫ ଆଗାମୀ ପ୍ରଧାନମନ୍ତ୍ରୀ ହେବେ। ସେ ଦେଶବାସୀଙ୍କୁ ସମ୍ବୋଧିକ କରିବା ଅବସରରେ କହିଛନ୍ତି ନୂଆ ସକାଳର ଆରମ୍ଭ ହୋଇଛି। ବିଲାୱଲ ଭୁଟ୍ଟୋ ପାକିସ୍ତାନର ସଂସଦରେ କହିଛନ୍ତି ଯେ, ଆଜି ଆମେ ଇତିହାସ ସୃଷ୍ଟି କରିଛୁ। ପୁରୁଣା ପାକିସ୍ତାନରେ ଆପଣଙ୍କ ସ୍ୱାଗତ। ପାକିସ୍ତାନର ଦୁଃଖର ଦିନ ଶେଷ ହୋଇଛି।

ଦେଶର ପୂର୍ବତନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ, ପାକିସ୍ତାନ ପାକିସ୍ତାନ ପାଇଁ ଆଜି ଦୁଃଖଦପୂର୍ଣ୍ଣ ଦିନ। ସେ କହିଛନ୍ତି ଯେ, ଲୁଟେରାଙ୍କୁ ଘରକୁ ଫେରିଯିବାକୁ ହେବ। ଫୱାଦ ଚୌଧୁରୀ କହିଛନ୍ତି ଯେ, ନିକଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ପ୍ରଧାନମନ୍ତ୍ରୀ ନିବାସରୁ ବିଦା କରାଯାଇଥିଲା। ସେ ଶାଳିନତା ଦୃଷ୍ଟିରୁ ସେଠାରୁ ଚାଲିଯାଇଥିଲେ। ଜଣେ ପାକିସ୍ତାନୀ ନାଗରିକ ଭାବେ ଗର୍ବ କରୁଛି।