ଚାଷୀ ଆନ୍ଦୋଳନ: ଅମିତ ଶାହାଙ୍କ ସହ ୨ୟ ବୈଠକରେ ବି ବାହାରିଲାନି କୌଣସି ନିଷ୍କର୍ଷ

ନୂଆଦିଲ୍ଲୀ,ଏଜେନ୍ସି: ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ନେତା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ମଙ୍ଗଳବାର ୨ୟ ଥର ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ବୈଠକରେ ଚାଲିଥିଲେ ବି କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ବୈଠକରେ ଅମିତ ଶାହା ବିଲକୁ ଫେରାଇ ନେଇ ହେବ ନାହିିଁ କିନ୍ତୁ ଏଥିରେ ସଂଶୋଧନ କରିପାରିବୁ ବୋଲି ପ୍ରସ୍ତାବ ଦେଇଥିଲେ। ହେଲେ କୃଷକ ନେତାମାନେ ତାଙ୍କର ଏହି ପ୍ରସ୍ତାବକୁ ପୁଣି ଥରେ ଅମାନ୍ୟ କରିବା ସହିତ ସଂସଦରେ ପାସ ହୋଇଥିବା ବିଲକୁ ପ୍ରତ୍ୟାହାର କରିବାକୁ ଦାବି କରି ଅଡ଼ିବସିଥିଲେ। ଅଖିଳ ଭାରତୀୟ କିଷାନ ସଭାର ସାଧାରଣ ସମ୍ପାଦକ ହନନ ମୁଳା ବୈଠକରୁ ବାହାରି ଆସି କହିଛନ୍ତି ଯେ, ସରକାର କୃଷି ଆଇନ ଫେରାଇ ନେବାକୁ ପ୍ରସ୍ତୁତ ନାହାନ୍ତି। ଏଣୁ ବିଜ୍ଞାନ ଭବନରେ ଆଜି ହେବାକୁ ଥିବା ପ୍ରସ୍ତାବିତ ବୈଠକ ହେବ ନାହିଁ।

ଏହା ପୂର୍ବରୁ ଗୃହମନ୍ତ୍ରୀଙ୍କ ସହିତ ବୈଠକ ପାଇଁ ଚାଷୀ ନେତାମାନଙ୍କୁ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚର ରିସର୍ଚ୍ଚର ଇଣ୍ଟରନ୍ୟାସନାଲ ଗେଷ୍ଟ ହାଉସ ନିଆଯାଇଥିଲା। ଜଣେ ଚାଷୀ ଅସନ୍ତୁଷ୍ଟ ହୋଇ ସିଙ୍ଘୁ ସୀମା ଲାଗି ବାହାରି ଯାଇଥିଲେ। ଏହା ପରେ ଅଧିକାରୀ ଶାହାଙ୍କୁ ପୂରା ସୂଚନା ଦେଇଥିଲେ। ପରେ ଚାଷୀମାନଙ୍କର ଗୃହମନ୍ତ୍ରୀଙ୍କ ସହିତ ବୈଠକ ହୋଇଥିଲା।