ଖ୍ରୀଷ୍ଟଚର୍ଚ,ଏଜେନ୍ସି: ଦମଦାର ପ୍ରଦର୍ଶନ ସତ୍ୱେ ଭାରତ ଶେଷ ଲିଗ୍ ମ୍ୟାଚ୍ରେ ଦକ୍ଷିଣ ଆପ୍ରିକାଠାରୁ ୩ ୱିକେଟ୍ରେ ହାରି ସେମିଫାଇନାଲ ଦୌଡ଼ରୁ ବାଦ୍ ପଡିଛି। ଭାରତ ଉପରେ ଦକ୍ଷିଣ ଆଫ୍ରିକାର ବିଜୟ ପରେ ସେମିଫାଇନାଲରେ ଗୁରୁବାର ଦିନ ଖ୍ରୀଷ୍ଟଚର୍ଚରେ ଇଂଲଣ୍ଡ ବିପକ୍ଷରେ ଖେଳିବେ। ୱେଷ୍ଟଇଣ୍ଡିଜ୍ ମଧ୍ୟ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି, ଅଷ୍ଟ୍ରେଲିଆ ସହିତ ତାଙ୍କର ମୁକାବିଲା ହେବ।
ଏହି ମୁକାବିଲାରେ ଉଭୟ ଦଳ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ। କିନ୍ତୁ ଶେଷରେ ଦକ୍ଷିଣ ଆଫ୍ରିକା ମ୍ୟାଚର ଶେଷ ବଲରୁ ବିଜୟୀ ହୋଇଥିଲା ଏବଂ ସେମିଫାଇନାଲରେ ଭାରତ ଏକ ସ୍ଥାନରୁ ବଞ୍ଚିତ ହୋଇଥିଲା। ଶେଷ ଓଭରରେ ୭ ରନ୍ ଆବଶ୍ୟକ କରୁଥିବା ବେଳେ ଦୀପ୍ତି ଶର୍ମା ନୋ-ବଲରେ ୱିକେଟ୍ ହାସଲ କରିଥିଲେ ଯାହା ଭାରତ ପକ୍ଷରେ ମ୍ୟାଚ୍ ହୋଇଗଲାଭଳି ଲାଗିଥିଲା, କିନ୍ତୁ ନୋ ବଲ୍ ଫଳସ୍ୱରୂପ ଏକ ବଲ୍ ଫ୍ରି-ହିଟ୍ ହୋଇଥିଲା।
ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ମାନେ ଏହାର ସମ୍ପୂର୍ଣ୍ଣ ଉପଯୋଗ କରି ଶେଷ ବଲରେ ମ୍ୟାଚ୍ ଜିତିଥିଲେ। ମାଇଗନ୍ ଡୁ ପ୍ରିଜ୍ ୫୨ ରେ ଆଉଟ୍ ହୋଇନଥିଲେ ଏବଂ ରନ୍-ଚେଜ୍ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ହରମାନପ୍ରୀତ କୌର ଭାରତ ପାଇଁ ଏକ ଚମକକ୍ଷାର ପ୍ରଦର୍ଶନ କରିଥିଲେ, କାରଣ ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ, ଦୁଇଟି ରନ୍ ଆଉଟ୍ ମଧ୍ୟ କରିଥିଲେ ଏବଂ ବ୍ୟାଟ୍ରେ ୪୮ ରନ୍ ସଂଗ୍ରହ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ପକ୍ଷରୁ ମିଥାଲି ରାଜ, ଶେଫାଳି ବର୍ମା ଏବଂ ସ୍ମୃତି ମାନ୍ଧାନା ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ହରମାନପ୍ରୀତ କୌରଙ୍କ ୪୮ ରନ୍ ବଳରେ ଭାରତ ମୋଟ ୨୭୪/୭ ସଂଗ୍ରହ କରିଥିଲା।