ଖଡ଼ଗେଙ୍କ ଘରେ ନୀତିଶ କୁମାରଙ୍କ ବୈଠକ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀ ଦଳକୁ ଏକଜୁଟ କରିବାର ପ୍ରୟାସକୁ ଦ୍ରୁତ କରି ଦେଇଛନ୍ତି । ଏହିକ୍ରମେ ନୀତିଶ କୁମାର ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଆବାସରେ ପହଞ୍ଚିଥିଲେ । ଏହି ଅବସରରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେସୀ ବେଣୁଗୋପାଳ, ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ ଓ ବିହାର ସରକାର ମନ୍ତ୍ରୀ ସଞ୍ଜୟ ଝା ଉପସ୍ଥିତ ଥିଲେ ।

ଏହି ବୈଠକ ପରେ ମଳ୍ଲିକାର୍ଜୁନ ଖଡ଼ଗେ ଟ୍ୱିଟ୍ କରି କହିଛନ୍ତି ଯେ, ଦେଶ ଏବେ ଏକଜୁଟ ହେବ ଏବଂ ଲୋକତନ୍ତ୍ରକୁ ମଜଭୁତ କରିବା ହେଉଛି ଆମ ବାର୍ତ୍ତା । ରାହୁଲ ଗାନ୍ଧୀ ଓ ଆମେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ବର୍ତ୍ତମାନର ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା କରି ଦେଶକୁ ଏନ ନୂଆ ଦିଶା ଦେବା ପ୍ରକ୍ରିୟାକୁ ଆଗକୁ ବଢ଼ାଇଛୁ ।