ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଟ୍ରିକରେ ଦମଦାର ରେଜଲ୍ଟ ପରେ ଆଡମିଶନକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଚଳିତ ବର୍ଷରୁ ଅନଲାଇନରେ +୨ ଆଡମିଶନ ହେବ । ଏଥର ୫ଲକ୍ଷ ୧୨ହଜାର ପରୀକ୍ଷାର୍ଥୀ ମାଟ୍ରିକ ପାସ୍ କରିଛନ୍ତି । ସେଥିପାଇଁ ଆଡମିଶନ ଲାଗି ସିଟ୍ ସଂଖ୍ୟା ୫ଲକ୍ଷ ୯ହଜାର ହେବ । ଏଥିସହିତ ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ଯୋଜନା କରାଯାଇଛି । ଏନେଇ ଡିଏଚଏସଇ ନିର୍ଦ୍ଦେଶକ ଡିଇଓମାନଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି ।