ଆଜି ଶପଥ ନେବେ ନୀତିଶ କୁମାର ଓ ତେଜସ୍ୱୀ ଯାଦବ

ପାଟଣା: ବିହାରରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଶପଥ ନେବେ। ହେଲେ ମନ୍ତ୍ରୀମଣ୍ଡଳ ବିସ୍ତାର ଆଜି ହେବନି ବୋଲି ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ କୌଣସି ବିଶେଷ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଆରଜେଡି ନେତା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ଦିଲ୍ଲୀରେ ଅଛନ୍ତି । ସେଥିପାଇଁ ଶପଥ ସମାରୋହରେ ସାମିଲ ହେବେ ନାହିଁ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ନେତା ଜୀତନରାମ ମାଁଝୀ ତାଙ୍କ ପାର୍ଟିରୁ ୨ଜଣଙ୍କୁ ମନ୍ତ୍ରୀ କରିବାକୁ ଦାବି କରିଛନ୍ତି । ଏଥିସହିତ ଆଜି କ୍ୟାବିନେଟ ବିସ୍ତାର କରିବାକୁ ପରାମର୍ଶ ଦେଇଛନ୍ତି ।