ଜାତୀୟ ଡାଟା ଓ ଆନାଲିଟିକ ଫ୍ଲାଟଫର୍ମ ଶୁଭାରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ନୀତି ଆୟୋଗ ପକ୍ଷରୁ ଜାତୀୟ ଡାଟା ଓ ଅନାଲିଟିକ୍ସ ପ୍ଲାଟଫର୍ମ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଆରମ୍ଭ କରାଯାଇଛି। ଏହି ପ୍ଲାଟଫର୍ମ ବା ମଞ୍ଚର ଉଦ୍ଦେଶ୍ୟ ହେଲା ସରକାରୀ ତଥ୍ୟାବଳୀକୁ ଲୋକଙ୍କୁ ସହଜରେ ଯୋଗାଇଦେବା। ଏହା ଫଳରେ ସରକାରୀ ଡାଟା ସଂଗ୍ରହ ସହଜ, ଆନ୍ତଃ ସଂଚାଳିତ, ଆନ୍ତଃକ୍ରିୟ ହେବ। ଯଦ୍ବାରା ବ୍ୟବହାର ଅନୁକୂଳ ମଞ୍ଚରେ ସର୍ବସାଧାରଣ ଏହାକୁ ସହଜରେ ପାଇପାରିବେ। ଏହି ପ୍ଲାଟଫର୍ମ ବିଭିନ୍ନ ସରକାରୀ ସଂସ୍ଥାରୁ ତଥ୍ୟାବଳୀମାନ ସଂଗ୍ରହ କରି ଅତି ସୁସମନ୍ବିତ ଭାବେ ପ୍ରଦାନ କରୁଛି।

ଏହାଛଡା ଏହି ତଥ୍ୟାବଳୀକୁ ଦେଖିବା, ପଢିବା, ବିଶ୍ଲେଷଣ କରିବା ପାଇଁ ଏହି ପ୍ଳାଟଫର୍ମରେ ଆବଶ୍ୟକ ‘ଟୁଲ୍ସ’ର ବ୍ୟବସ୍ଥା ରହିଛି। ପୂର୍ବରୁ ଜନସାଧାରଣଙ୍କ ପାଇଁ ୨୦୨୧ ଅଗଷ୍ଟରେ ଏକ ‘ବେଟା ରିଲିଜ’ ବ୍ୟବସ୍ଥା କରାଯାଇଥିଲା। ଏହାଫଳରେ ସୀମିତ ସଂଖ୍ୟକ ବ୍ୟବହାରକାରୀ ଏହାକୁ ଦେଖିବାର ସୁଯୋଗ ପାଇଥିଲେ। ଏହାର ସେତେବେଳେ ପରୀକ୍ଷାମୂଳକ ପ୍ରୟୋଗ ଓ ମତାମତ ପାଇଁ କରାଯାଇଥିଲା। ଏହି ପ୍ଳାଟଫର୍ମରେ ଉପଲବ୍ଧ ଡାଟା ସରକାରୀ କ୍ଷେତ୍ର, ଶିକ୍ଷାନୁଷ୍ଠାନ, ଶିକ୍ଷାବିତ, ସାମ୍ବାଦିକତା, ନାଗରିକ ସମାଜ ଓ ଘରୋଇ ଉଦ୍ୟୋଗ ପାଇଁ ବିଶେଷ ଉପଯୋଗୀ ହେବ।