ଦେବଗଡ଼,ଏନ୍ଏନ୍ଏସ୍: ଭାରତ ସରକାରଙ୍କ ସାମାଜିକ ନ୍ୟାୟ, ସଶକ୍ତୀକରଣ ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ବିଭାଗର ମିଳିତ ଆନୁକୂଲ୍ୟରେ ଦେବଗଡ଼ ଜିଲ୍ଲାରେ ନିଶାମୁକ୍ତି ଅଭିଯାନର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ନିଶା ମୁକ୍ତି ଭାରତ ଅଭିଯାନର ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବାରକୋଟ ବ୍ଲକ ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ ଜ୍ୟୋତି ନିଶା ନିବାରଣ କେନ୍ଦ୍ର ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅଭିଯାନରେ ଜିଲ୍ଲାର ସମସ୍ତ ବ୍ଲକ ସମେତ ପ୍ରତ୍ୟେକ ଅଞ୍ଚଳରେ ନିଶା ମୁକ୍ତି ଭାରତ ପାଇଁ ଜନସଚେତନତା କାର୍ଯ୍ୟକ୍ରମ ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ଅଧିକାରୀ ସୁଧୀର କୁମାର ନଇଁ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ସାମାଜିକ ସୁରକ୍ଷା ବିଭାଗ ଓ ଜୀବନ ଜ୍ୟୋତି ନିଶା ନିବାରଣ କେନ୍ଦ୍ରର କର୍ମଚାରୀମାନେ ଉପସ୍ଥିତ ଥିଲେ।