ରାଷ୍ଟ୍ରପତିଙ୍କ ରାଜକ୍ଷମା ଖାରଜକୁ ଚ୍ୟାଲେଞ୍ଜ୍‌: ସୁପ୍ରିମ୍‌କୋର୍ଟ ଗଲା ବିନୟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ବିନୟ ଶର୍ମା ରା‌ଷ୍ଟ୍ରପତି କୋବିନ୍ଦଙ୍କ ରାଜକ୍ଷମା ଆବେଦନ ଖାରଜକୁ ଚ୍ୟ‌ାଲେଞ୍ଜ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବୋଲି ସୂଚନା ରହିଛି। ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ଦୋଷୀଙ୍କ ପକ୍ଷରୁ ହୋଇଥିବା ରାଜକ୍ଷମା ଆବେଦନକୁ ଖାରଜ କରି ସାରିଛନ୍ତି।

ଶର୍ମା ପାଇଁ ଲଢୁଥିବା ଓକିଲ ଏ ପି ସିଂହ ଶର୍ମାର ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ବଦଳାଇବା ପାଇଁ ଆବେଦନ କରିଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଫେବ୍ରୁଆରି ପହିଲାରେ ବିନୟ ଶର୍ମାର ଓ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଥିଲେ।

ଜାନୁଆରୀ ୨୨ ଓ ରରେ ଫେବ୍ରୁଆରି ୧ରେ ୪ ଜଣ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବାକୁ ତାରିଖ ସ୍ଥିର ହୋଇଥିଲା। ମାତ୍ର ଜାନୁଆରି ୩୧ ତାରିଖ ଦିନ ଅଦାଲତ ଦୋଷୀମାନଙ୍କ ଫାଶୀଦଣ୍ଡ କାର୍ୟ୍ୟକାରୀ ହେବାକୁ ସ୍ଥଗିତ ରଖିଥିଲେ। ପରବର୍ତ୍ତୀ ତାରିଖ ଧାର୍ୟ୍ୟ ହେବା ନଯାଏ ମୁକେଶ, ପୱନ, ବିନୟ ଓ ଅକ୍ଷୟ ଫାଶୀ ଦିଆଯିବ ନାହିିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।