ଡ.ସନତ କୁମାର ପଟ୍ଟନାୟକ ସେଣ୍ଟଜନ୍ ଆମ୍ବୁଲାନ୍ସର ନୂଆ ସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ଶିକ୍ଷାବିତ ଡ. ସନତ୍ କୁମାର ପଟ୍ଟନାୟକଙ୍କୁ ସେଣ୍ଟଜନ ଆମ୍ବୁଲାନ୍ସର ନୂତନ ସଚିବ ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ପ୍ରଦାନ କରିଛନ୍ତି। ମଙ୍ଗଳବାର ଡ. ପଟ୍ଟନାୟକ ତାଙ୍କ ପଦବୀରେ ଯୋଗଦେଇଛନ୍ତି। ତେବେ ଡ. ପଟ୍ଟନାୟକଙ୍କୁ ସେଣ୍ଟଜନ ଆମ୍ବୁଲାନ୍ସର ସହକାରୀ କମିଶନର ପୁରୁଷୋତ୍ତମ ବଳ, ସହକାରୀ କମିଶନର ସୁଶାନ୍ତ କୁମାର ପଟ୍ଟନାୟକ, କ୍ରପ୍ସ କମାଣ୍ଡର ଆର୍କେ ଗୋସ୍ୱାମୀ, ଯୁଗ୍ମସଚିବ ଆର୍ଏସ୍ ତ୍ରିପାଠୀ, ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ।

ଏହି ଅବସରରେ ଡ. ପଟ୍ଟନାୟକ ଆଗାମୀ ଦିନରେ ସେଣ୍ଟଜନ୍ ଆମ୍ବୁଲାନ୍ସର ବିଭିନ୍ନ କାର୍ଯ୍ୟକୁ ସମ୍ପ୍ରସାରିତ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତଙ୍କ ପାଖରେ ପ୍ରାଥମିକ ଚିକିତ୍ସା ଯେପରି ପହଞ୍ôଚ ପାରିବ ସେ ଦିଗରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଡ. ପଟ୍ଟନାୟକ ପୂର୍ବରୁ ବିଭିନ୍ନ ପ୍ରତିଷ୍ଠିତ ବୈଷୟିକ କଲେଜରେ ଅଧ୍ୟାପକ ଏବଂ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ତୁଲାଇଛନ୍ତି।