ପାଟଣାଗଡ଼,ଏନ୍ଏନ୍ଏସ୍: ପଲ୍ଲିରୁ ଦିଲ୍ଲୀ। ଏକ ଗଉଳି ଗାଁ’ରେ ଜନ୍ମ ଲାଭ କରି ଆଜି ଅଞ୍ଚଳ ପାଇଁ ଏକ ଗର୍ବ ଓ ଖୁସିର ଖବର ଆଣିଛନ୍ତି ଆଦିବାସୀ ନେତା ନିରଞ୍ଜନ ବିଶି। ୧୨ ଅକ୍ଟୋବର ୧୮୬୮ ମସିହାରେ ବାପା ସ୍ବର୍ଗତ ଦେବାର୍ଚ୍ଚନ ବିଶି ଓ ମାତା ସ୍ବର୍ଗତ କଳାବତୀ ବିଶିଙ୍କ କୋଲମଣ୍ଡନ କଲେ ନିରଞ୍ଜନ ବିଶି। ଗରିବ ପରିବାରରେ ତାଙ୍କର ଜନ୍ମ। ପିଲାଟି ଦିନରୁ ପାଠପଢାକୁ ଗୁରୁତ୍ୱ ଦେଇ ବହୁତ ପରିଶ୍ରମ କରୁଥିଲେ। ଚାଲିଚାଲି ପାଠ ପଢ଼ି ଯାଉଥିଲେ, ପ୍ରାଥମିକ ଶିକ୍ଷା ପରେ କଲେଜ ଜୀବନ ମଧ୍ୟ ଚାଲି ଚାଲି ଅତିବାହିତ କରିଛନ୍ତି। ପାଠ ପଢାକୁ ଏତେ ଧ୍ୟାନ ଦେଉଥିଲେ ଯେ ଘସିଏନ ଓ ଲରମ୍ଭା ମଧ୍ୟରେ ପ୍ରବାହିତ ହେଉଥିବା ଶୁକତେଲ ନଦୀରେ ବର୍ଷା ସମୟରେ ବହି ଯାଉଥିବା ଅତଲ ଅତଳ ଜଳ ରାଶିରେ ପହଁରି ପହଁରି ନଦୀର ଏ ପାରିକୁ ଆସି ପାଟଣାଗଡ଼ କଲେଜକୁ ଆସୁଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏଲ୍ଏଲ୍ବି, ପିଜିଡ଼ି, ଆଇଆର୍ ଏଣ୍ଡ ପିଏମ୍। ବହୁତ ସଂଘର୍ଷ କରି ପାଠ ପଢ଼ିଛନ୍ତି। ତାଙ୍କରି ଚାକିରି ଜୀବନରେ ମଧ୍ୟ ଜନସାଧାରଣଙ୍କ ସେବା କରିବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ।
ବିଭିନ୍ନ ସାମାଜିକ ସଂଗଠନର ନେତୃତ୍ୱ ନେଉଥିଲେ। ଆଦିବାସୀ, ଦଳିତ, ଗରିବ ମାନଙ୍କ ପାଇଁ ସଦାସର୍ବଦା ଲଢେଇ କରୁଥିଲେ। ରାଜ୍ୟ ସାରା ବୁଲି ବୁଲି ସଂଗଠନ କରୁଥିଲେ ସଚେତନ କରୁଥିଲେ। ୨୦୦୬ ମସିହାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଗଠନ କରି ଜନସାଧାରଣ ତଥା ଆଦିବାସୀଙ୍କ ହକ ପାଇଁ ପ୍ରଶାସନ ଓ ସରକାର କୁ ଘାଇଲା କରୁଥିଲେ। ତାଙ୍କରି ଡ଼ାକରାରେ ହଜାର ହଜାର ଆଦିବାସୀ ଜମା ହେଇ ଯାଉଥିଲେ। ଦୀର୍ଘ ବର୍ଷ ର ଆନ୍ଦୋଳନରେ ଅନେକ ସଫଳତା ପାଇଛନ୍ତି। ନକଲି ଆଦିବାସୀ, ମଦ ମୁକ୍ତି, ଜମି ମୁକ୍ତି, ସ୍ଥାନୀୟ ନିଯୁକ୍ତି, ବେକାରୀ ମୁକ୍ତ, ଦାଦନ ସମସ୍ୟା,ଅଞ୍ଚଳ ର ସାମୁହିକ ବିକାଶ ପାଇଁ ଅହରହ ଆନ୍ଦୋଳନ କରୁଥିଲେ। ଆଦିବାସୀ ମାନଙ୍କୁ ସଚେତନ କରିବାରେ, ଏକତା କରିବାରେ ତାଙ୍କର ମୁଖ୍ୟ ଭୂମିକା ଅତୁଳନୀୟ। ଅପେକ୍ଷାର ଫଳ ମିଠା। ଆଜି ସେହି ପରିଶ୍ରମର ଫଳ ତାକୁ ରାଜ୍ୟସଭାକୁ ଯିବା ପାଇଁ ପଥ ସୁଗମ କରିଦେଇଛି।
ଆଜିଯାଏ ସେ ଅନେକ ସଂଗଠନର ନେତୃତ୍ୱ ନେଉଛନ୍ତି ସର୍ବାଗ୍ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସାଧାରଣ ସମ୍ପାଦକ, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ, ରାଜ୍ୟ ବିଶ୍ୱାବସୁ ଶବର ସଂଘର ସଭାପତି, ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ଶ୍ରମିକ ସଂଘର ସଭାପତି, ପଶ୍ଚିମ ଓଡିଶା ବିଜୁଳି ଶ୍ରମିକ ସଂଘର ସାଧାରଣ ସମ୍ପାଦକ, ସିଟିଜେନ ଫୋରମ ର ଆବାହକ, ଏମିତି କୋଡିଏ ପଚିଶ ସଂଗଠନର ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ନେଉଛନ୍ତି। ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଅଭିନନ୍ଦନ ଓ ସ୍ୱାଗତ ଜଣେଇବା ସହ ପର୍ଲିରୁ ତଥା ଆମ ଅଞ୍ଚଳ ଜଣେ ଆଦିବାସୀଙ୍କୁ ଏତେ ବଡ଼ ଗୁରୁ ଦାୟିତ୍ୱ ଦେଇଥିବାରୁ ଗର୍ବ ଓ ଗୌରବାନ୍ୱିତ ମନେ କରୁଛୁ। ଏଥିରେ ଖୁସି ହୋଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବ୍ଲକ୍ ସଭାପତି ଅଷ୍ଟରତ୍ନ ବାରିହା, ସମ୍ପାଦକ ସାରଥୀ ବାଗ, ସହ ସମ୍ପାଦକ ଗିରିରାଜ ଭୋଇ, ଉପ ସଭାପତି ଗଦି ବରିହା, ଘନ ଭୁଏ, ଧୁବଲେଶ୍ୱର ଭୋଇ, ଜଳ ଧରୁଆ, ନିତ୍ୟା ଶବର, ମନୋଜ ଲୁହା, ଲୋକନାଥ ବାରିକ, ବଳରାମ ବରିହା, ଦେବହରି ଭୁଏ, ମନବୋଧ ବରିହା, ହୃଷୀକେଶ ଭୋଇ, ଲେକ୍ରୁ ଧରୁଆ, ବନମାଳୀ ପୁଟା, ଖପ୍ରାଖୋଲ ବ୍ଲକ ସଭାପତି ବିପ୍ର ବିଶି, ସମ୍ପାଦକ ନାରାୟଣ କିଷାନ, ଟିକେଶ୍ୱର ଧରୁଆ, ଲକ୍ଷ୍ମୀ ଶବର, ଯଦୁମଣୀ ବରିହା, ନିଳାମ୍ବର ବରିହା, ବେଳପଡା ବ୍ଲକ୍ ସଭାପତି ବସନ୍ତ ମାଝୀ, ସମ୍ପାଦକ ରାଜକିଶୋର ଛତ୍ରୀଆ, ମିନିକେତନ ଧରୁଆ, ପୁରୁଷୋତ୍ତମ ଧରୁଆ, ଈଶ୍ୱର ମିର୍ଦ୍ଧା, ବେଣୁଧର ମାଝୀ, ଗୁଣନିଧି ବର୍ଗେ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।