ଫାର୍ମ ହାଉସରେ ନିଆଁ ଲଗାଇ ଦେଲେ ଦୁର୍ବୃତ : ୧୦୦ ରୁ ଉର୍ଦ୍ଧ ଛେଳି ମୃତ

ନୀଳଗିରି,ଏନ୍ଏନ୍ଏସ୍ : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଏକ ମର୍ମନ୍ତୁକ ଘଟଣା ସମସ୍ତଙ୍କୁ ଚକିତ କରି ପକାଇଛି । ଏକ ବିରାଟ ଛେଳି ଫାର୍ମ ହାଉସରେ ଦୁର୍ବୃତମାନେ ନିଆଁ ଲଗାଇ ଦେବାରୁ ଫାର୍ମ ହାଉସରେ ଥିବା ୧୦୦ ରୁ ଅଧିକ ଛେଳି ପୋଡି ମରିଯାଇଥିବାର ସଂପୃକ୍ତ ମାଲିକ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ନୀଳଗିରି ଥାନା ଅଧିନସ୍ଥ କାଣ୍ଡଗରଡି ଗ୍ରାମ ପଂଚାୟତର ସିକିଡିଆ ଗ୍ରାମର ବେଣୁଧର ଗେଡ଼ି ଏକ ଛେଳି ଫାର୍ମ ହାଉସ୍ କରି ନିଜର ଜୀବିକା ନିର୍ବାହ କରି ଆସୁଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତମାନେ ଫାର୍ମ ହାଉସରେ ନିଆଁ ଲଗାଇ ଦେବାରୁ ୧୦୦ ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହେଇଥିବାର ଦେଖିବାକୁ ମିଳିଛି । ବ୍ୟାଙ୍କ ଋଣ କରି ଛେଳି ଫାର୍ମ ହାଉସ କରିଥିବା ବେଳେ ଏପରି ଅଘଟଣ ବେଣୁଧରକୁ ସର୍ବଶାନ୍ତ କରିଦେଇଛି । ନୀଳଗିରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି ।