ମଧ୍ୟପ୍ରଦେଶ: କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ ମାମଲା ଲଗାତାର ଭାବେ ବଢ଼ୁଥିବାବେଳେ ମଧ୍ୟପ୍ରଦେଶରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି। ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି। ଏଥିସହିତ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ମଧ୍ୟପ୍ରଦେଶରେ ଦୀର୍ଘ ମାସ ପରେ କରୋନାର ୩୦ ନୂଆ ମାମଲା ସାମ୍ନାକୁ ଆସିଛି। ଅନ୍ୟପଟେ ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀରେ ସପ୍ତାହେ ହେବ ଅଧିକ ମାମଲା ସାମ୍ନାକୁ ଆସୁଛି। ଏହି ୩ଟି ରାଜ୍ୟରୁ ମଧ୍ୟପ୍ରଦେଶକୁ ଲୋକଙ୍କ ଯା’ ଆସ ଲାଗି ରହୁଛି। ସେଥିପାଇଁ ସଚେତନ ରହିବାର ଆବଶ୍ୟକତା ରହିଛି।