ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଅନ୍ତର୍ଗତ ଦେଶର ଭିନ୍ନ ଭିନ୍ନ କ୍ଷେତ୍ରରେ ସେନା ପକ୍ଷରୁ ଅଗ୍ନିବୀରଙ୍କ ଟ୍ରେନିଂ ଆରମ୍ଭ ହୋଇଯାଇଛି । ଆଗାମୀ ୬ ମାସ ପର୍ଯ୍ୟନ୍ତ ସମସ୍ତ ଅଗ୍ନିବୀରଙ୍କୁ କଡ଼ା ଟ୍ରେନିଂର ସାମ୍ନା କରିବାକୁ ପଡ଼ିବ । ଟ୍ରେନିଂ ସରିବା ପରେ ହିଁ ଅଗ୍ନିବୀରମାନେ ଦେଶକୁ ସୁରକ୍ଷା ପ୍ରଦାନ କରିବାରେ ସାମର୍ଥ୍ୟ ହେବେ । ଅଗ୍ନିବୀରର ପ୍ରଥମ ବ୍ୟାଚରେ ମହିଳାମାନେ ମଧ୍ୟ ସାମିଲ ହୋଇଛନ୍ତି । ସେମାନଙ୍କୁ ବାଙ୍ଗାଲୁରୁସ୍ଥିତ କୋର ଅଫ୍ ମିଲିଟ୍ରି ପୁଲିସରେ ଟ୍ରେନିଂ ଦିଆଯିବ ।
ସେନା ମୁତାବକ, ଅଗ୍ନିପଥ ଯୋଜନା ଅନ୍ତର୍ଗତ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚର ଭର୍ତ୍ତି ପ୍ରକ୍ରିୟା ସରିଯାଇଛି । ଭର୍ତ୍ତି ହୋଇଥିବା ଅଗ୍ନିବୀର ଡିସେମ୍ବର ୨୫ରୁ-୩୧ ମଧ୍ୟରେ ସେନାର ଭିନ୍ନ ଭିନ୍ନ ରେଜୀମେଣ୍ଟାଲ ସେଣ୍ଟରରେ ରିପୋର୍ଟ କରି ଦେଇଛନ୍ତି ।