ଆତଙ୍କୀ ମାମଲାରେ ଜମ୍ମୁ କାଶ୍ମୀରର ୧୫ଟି ସ୍ଥାନରେ NIAର ଚଢାଉ

ଶ୍ରୀନଗର: ଆତଙ୍କୀ ଲିଙ୍କରେ ଲଗାତାର ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି । ଆଜି ଆତଙ୍କବାଦ ସମ୍ବନ୍ଧୀୟ ଦୁଇଟି ମାମଲାରେ ଶ୍ରୀନଗର, ପୁଲୱାମା, ଅବନ୍ତୀପୋରା, ଅନନ୍ତନାଗ, ସୋପିଆନ, ପୁଞ୍ଚ ଏବଂ କୁପୱାରା ଜିଲ୍ଲାରେ ରେଡ କରିଛି ଏନଆଇଏ । ୭ଟି ଜିଲ୍ଲାର ମୋଟ ୧୫ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଆତଙ୍କୀ ମାମଲାରେ କାହାକୁ ଗିରଫ କରାଯାଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଏହାପୂର୍ବରୁ ଗତ ୧୫ ତାରିଖରେ ଆତଙ୍କବାଦୀ ପାଣ୍ଠି ମାମଲାରେ ସୋପିଆନା ଜିଲ୍ଲାରେ ରେଡ କରିଥିଲା ଏନଆଇଏ । ସୋପିଆନାର ବୋନଗାମ ଏବଂ ବୋନ ବଜାର ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା ଅନୁସନ୍ଧାନ ଏଜେନ୍ସି । ସ୍ଥାନୀୟ ପୋଲିସ ଏବଂ ସିଆରପିଏଫ ମଧ୍ୟ ଏନଆଇଏକୁ ସହଯୋଗ କରିଥିଲା ।